ହସ୍ତାନ୍ତର ପ୍ରକ୍ରିୟାକୁ ପାକିସ୍ତାନ ଜାଣିଶୁଣି ଡେରି କଲା : ଅଭିନନ୍ଦନଙ୍କ ମୁହଁରେ ପାକିସ୍ତାନ ପ୍ରଶଂସାର ଭିଡିଓ ଛାଡ଼ିଲା

Advertisment
ହସ୍ତାନ୍ତର ପ୍ରକ୍ରିୟାକୁ ପାକିସ୍ତାନ ଜାଣିଶୁଣି ଡେରି କଲା : ଅଭିନନ୍ଦନଙ୍କ ମୁହଁରେ ପାକିସ୍ତାନ ପ୍ରଶଂସାର ଭିଡିଓ ଛାଡ଼ିଲା

ନୂଆଦିଲ୍ଲୀ : ନିଜ ହେପାଜତରେ ଥିବା ଭାରତୀୟ ବାୟୁସେନାର ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଭାରତ ହସ୍ତାନ୍ତର କରିବାନ ବେଳେ ପାକିସ୍ତାନ କର୍ତ୍ତୃପକ୍ଷ ନିର୍ଦ୍ଧାରିତ ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବିତ କରିଥିଲେ। ନିର୍ଦ୍ଦିଷ୍ଟ କେଉଁ ସମୟରେ ଅଭିନନ୍ଦନ ଵାଘା ସୀମାରେ ପହଞ୍ଚିବେ ବୋଲି ପାକ୍ ପକ୍ଷରୁ ସୂଚନା ଦିଆଯାଇ ନଥିବା ବେଳେ ଅପରାହ୍ଣ ୪ଟା ପରେ ତାଙ୍କୁ ଲାହୋରରେ ପହଞ୍ଚାଯାଇଥିବା କୁହାଯାଉଛି। ତେବେ ସେଠାରେ ଅଭିନନ୍ଦନଙ୍କୁ ଏକ ଭିଡିଓ ମାଧ୍ୟମରେ ତାଙ୍କ ରହଣି ସମ୍ପର୍କରେ ପାକ୍ ପକ୍ଷରୁ ସାକ୍ଷାତକାର ନିଆଯାଇ ସମୟ ଗଡ଼ାଯାଇଥିଲା। ଅଭିନନ୍ଦନଙ୍କୁ ରାତି ୯ଟା ୨୦ରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ର କରାଯାଇଥିବା ବେଳେ ପୂର୍ବରୁ ରାତି ସାଢ଼େ ୮ଟାରେ ପାକିସ୍ତାନ ଉଦ୍ଦେଶ୍ୟକୁ ସୁହାଇଲା ଭଳି ଉକ୍ତ ଭିଡିଓର ୧୯ କଟ୍ ସମ୍ବଳିତ ସମ୍ପାଦିତ କଳେବର ପ୍ରସାରିତ କରାଯାଇଥିଲା। ସେଥିରେ ଭାରତୀୟ ଗଣମାଧ୍ୟମକୁ ଅଭିନନ୍ଦନ ଭୀଷଣ ସମାଲୋଚନା କରିବା ସହ ପାକ୍ ସେନାକୁ ପ୍ରଶଂସାରେ ପୋତି ଦେଇଥିବା ଦେଖାଯାଇଥିଲା। ଏହାଦ୍ବାରା ଅନ୍ତର୍ଜାତୀୟ ସମୁଦାୟକୁ ପାକ୍ ସପକ୍ଷରେ ଆଣିବା ପାଇଁ ଉଦ୍ୟମ କରାଯାଇଥିଲା।

ସେହିପରି ଉକ୍ତ ଭିଡିଓ ବାର୍ତ୍ତାରେ ଅଭିନନ୍ଦନ ପାକିସ୍ତାନ ଆକାଶ ସୀମାକୁ ପଶି ଆସି ଲକ୍ଷ୍ୟସ୍ଥଳ ଖୋଜୁଥିବା ବେଳେ ପାକ୍ ସେନା ତାଙ୍କ ବିମାନକୁ ଗୁଳି କରିଥିଲେ ବୋଲି କହିଛନ୍ତି। ସେହିପରି ଦୁର୍ଘଟଣାଗ୍ରସ୍ତ ବିମାନରୁ ବାହାରି ସେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ବେଳେ ଦୁଇ ଜଣ ପାକ୍ ସେନାଧିକାରୀ ଲୋକଙ୍କ କବଳରୁ ତାଙ୍କୁ ଉଦ୍ଧାର କରିଥିଲେ ବୋଲି କହିଛନ୍ତି। ପାକ୍ ସେନାର ଏଭଳି ସହଯୋଗ ମନବୃତ୍ତିକୁ ସେ ଖୁବ୍ ତାରିଫ କରିଥିବା ଭିଡିଓରେ ପ୍ରଦର୍ଶିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe