ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିନଥିବାରୁ ପାକିସ୍ତାନକୁ ଗ୍ରେ ତାଲିକାରେ ବଜାୟ ରଖିଲା ଏଫଏଟିଏଫ

Advertisment
ଚଳିତ ମାସରେ ଏଫଏଟିଏଫ୍ ଗ୍ରେ ଲିଷ୍ଟରୁ ବାହାରିବ ପାକିସ୍ତାନ !

ନୂଆଦିଲ୍ଲୀ : ପାକିସ୍ତାନ ନିଜର ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ତାକୁ ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ) ଦ୍ୱାରା ଗ୍ରେ (ଧୂଷର) ତାଲିକାରେ ବଜାୟ ରଖିଛି । ଏହା ସହିତ ଏଫଏଟିଏଫ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ।

ଗତ ବର୍ଷ ଏଫଏଟିଏଫ ପାକିସ୍ତାନକୁ ଗ୍ରେ ତାଲିକାରେ ରଖିଥିଲା । ଏହା ପରେ ପାକିସ୍ତାନର ଅର୍ଥନୀତି ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଯାଇଛି । ଏହାର କାରଣ ହେଉଛି ପାକିସ୍ତାନ ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଉ ଥିବାରୁ କୌଣସି ବହୁରାଷ୍ଟ୍ରୀୟ ସଂସ୍ଥା ତାହାକୁ ଋଣ ଦେବାକୁ ରାଜି ହେଉନାହାନ୍ତି । ଏହା ଯୋଗୁଁ ପାକିସ୍ତାନକୁ କୌଣସି ବିଦେଶୀ ପୁଞ୍ଜି ଆସୁନାହିଁ । ଗତ ବର୍ଷ ପାକିସ୍ତାନ ଗ୍ରସ୍ତରେ ଆସିଥିବା ଏଫଏଟିଏଫର ପ୍ରତିନିଧି ମଣ୍ଡଳ ପାକିସ୍ତାନକୁ ଚେତାବନୀ ଦେଇଥିଲେ ଯେ ଯଦି ଆତଙ୍କବାଦୀ ପାଣ୍ଠିଯୋଗାଣ ବାବଦରେ କଠୋର ପଦକ୍ଷେପ ନ ନିଏ, ତେବେ ବାଧ୍ୟ ହୋଇ ତାହାକୁ କଳା ତାଲିକାଭୁକ୍ତ କରାଯିବ । ଏହାର ଫାଇଦା ନେବାକୁ ଯାଉଛି ଭାରତ ।

ଏଫଏଟିଏଫ ପକ୍ଷରୁ ପାକିସ୍ତାନକୁ କେତେକ ସର୍ତ୍ତ ଆରୋପ କରାଯାଇଛି । ମୁଖ୍ୟ ସର୍ତ୍ତ ଥିବା ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଅର୍ଥ ଯୋଗାଣ ବନ୍ଦ କରୁ । କିନ୍ତୁ ଏବେ ପାକିସ୍ତାନ ଗ୍ରସ୍ତରେ ଆସିଥିବା ଏଫଏଟିଏଫର ଦଳ ପାକିସ୍ତାନର ଏହି କାର୍ଯ୍ୟରେ ଖୁସିନଥିବା ଜଣାଯାଇଛି । ଏ ସଂପର୍କରେ ପାକିସ୍ତାନର ପ୍ରମୁଖ ଖବରକାଗଜ ଡନରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ପାକିସ୍ତାନ ପୂର୍ବବତ ଆତଙ୍କବାଦୀମାନଙ୍କୁ ଅର୍ଥ ଯୋଗାଇଚାଲିଛି ବୋଲି ଏଫଏଟିଏଫ ଟିମ ଜାଣିପାରିଛି । ଏଣୁ ପାକିସ୍ତାନକୁ ଏବେ ଏଫଏଟିଏଫର ତାଲିକାରୁ ହଟାଇବା ସମ୍ଭାବନା ଶେଷ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe