ପୁଣି ଚାଲିଲା ସମଝୌତା ଏକ୍ସପ୍ରେସ : ନୂଆଦିଲ୍ଲୀରୁ ୧୨ଜଣ ଯାତ୍ରୀଙ୍କୁ ନେଇ ପାର କଲା ଅଟାରୀ ସୀମା, ସେପଟେ ଲାହୋରରୁ ଆସୁଛନ୍ତି ୧୫୦ଯାତ୍ରୀ

ପୁଣି ଚାଲିଲା ସମଝୌତା ଏକ୍ସପ୍ରେସ : ନୂଆଦିଲ୍ଲୀରୁ ୧୨ଜଣ ଯାତ୍ରୀଙ୍କୁ ନେଇ ପାର କଲା ଅଟାରୀ ସୀମା, ସେପଟେ ଲାହୋରରୁ ଆସୁଛନ୍ତି ୧୫୦ଯାତ୍ରୀ

ନୂଆଦିଲ୍ଲୀ : ପାକିସ୍ତାନରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବାତିଲ ହୋଇଥିବା ସମଝୌତା ଏକ୍ସପ୍ରେସ ପୁଣି ଚାଲିଲା। ଉଭୟ ରାଷ୍ଟ୍ର ମଧ୍ୟରେ ଉତେଜନାମୂଳକ ପରିସ୍ଥିତି ଯୋଗୁଁ ଦିଲ୍ଲୀରୁ ଲାହୋର ମଧ୍ୟରେ ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ବାତିଲ କରିଦିଆଯାଇଥିଲା । ଭାରତ ପାକିସ୍ତାନ ଭିତରେ ଲାଗିରହିଥିବା ବିବାଦ କ୍ରମେ ସ୍ୱାଭାବିକ ହେଉଥିବା ବେଳେ ପୁଣି ସମଝୌତା ଏକ୍ସପ୍ରେସ ଦିଲ୍ଲୀରୁ ଲାହୋର ଅଭିମୁଖେ ଯାତ୍ରା କରିଛି । ସପ୍ତାହକୁ ଦୁଇ ଦିନ ଦିଲ୍ଲୀରୁ ଲାହୋର ଓ ଲାହୋରରୁ ଦିଲ୍ଲୀ ଚଳାଚଳ କରିଥାଏ ଏହି ଟ୍ରେନ ।

ପାକିସ୍ତାନରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ବଢୁଥିବା ଉତେଜନାକୁ ନଜରରେ ରଖି ସମଝୌତା ଏକ୍ସପ୍ରେସକୁ ବାତିଲ କରିଦିଆଯାଇଥିଲା । ଫଳରେ ଉଭୟ ପାଶ୍ୱର୍ରେ ଯାତ୍ରୀମାନେ ଅଟକି ରହିଥିଲେ । ଗତକାଲି ନୂଆଦିଲ୍ଲୀରୁ ୧୨ଜଣ ଯାତ୍ରୀଙ୍କୁ ନେଇ ବାହାରିଥିବା ଏହି ଟ୍ରେନ ଆଜି ଅଟାରୀ ସୀମା ପାର କରିଛି । ଏଥିରେ ୧୨ଜଣ ଯାତ୍ରୀ ଯାଇଥିବା ସୂଚନା ମିଳିଛି । ତେବେ ସମସ୍ତ ଯାତ୍ରୀ ପାକିସ୍ତାନର ରହିଛନ୍ତି । ସେହିପରି ଲାହୋରରୁ ବାହାରିଥିବା ସମଝୌତା ଏକ୍ସପ୍ରେସରେ ପ୍ରାୟ ୧୫୦ଜଣ ଯାତ୍ରୀ ଯାତ୍ରା କରିଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe