୫ କିମ୍ବା ୫୦୦ ରାଫେଲ ଆସିଲେ ବି ଆମେ ପ୍ରସ୍ତୁତ: ପାକିସ୍ତାନ

Advertisment
୫ କିମ୍ବା ୫୦୦ ରାଫେଲ ଆସିଲେ ବି ଆମେ ପ୍ରସ୍ତୁତ: ପାକିସ୍ତାନ

The Statesman

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ରାଫେଲ ଯୁଦ୍ଧ ବିମାନ ସାମିଲ ହେବା ପରେ ପାକିସ୍ତାନ ସେନାରେ ଚହଳ ପଡିଯାଇଛି | ଉପରକୁ ନିଜର ଶକ୍ତି ବୃଦ୍ଧି ବାବଦରେ କହୁଥିଲେ ବି ଭିତରେ ଭିତରେ ଅସ୍ଥିରତା ବୃଦ୍ଧି ପାଇଛି। ପାକିସ୍ତାନୀ ସେନା ଗୁରୁବାର ପୁଣି ଥରେ ରାଫେଲ ବିଷୟରେ ଉଲ୍ଲେଖ କରି ଭାରତର ସାମରିକ ଖର୍ଚ୍ଚ ବୃଦ୍ଧି ନେଇ ଉଦବେଗ ପ୍ରକାଶ କରିଛି।

ପାକିସ୍ତାନ ସେନାର ମୁଖପାତ୍ର ଜେନେରାଲ ବାବର ଇଫତିକାର କହିଛନ୍ତି ଯେ ପାକିସ୍ତାନ ଭାରତର ସାମରିକ ଖର୍ଚ୍ଚ ଏବଂ ପ୍ରତିରକ୍ଷା ବଜେଟରେ ବୃଦ୍ଧି ନେଇ ଚିନ୍ତିତ, କିନ୍ତୁ ଭାରତ ଫ୍ରାନ୍ସରୁ ପାଞ୍ଚଟି ରାଫାଲ ଜେଟ କିଣିବା ସତ୍ତ୍ୱେ ଯେ କୌଣସି ଆକ୍ରମଣର ମୁକାବିଲା ପାଇଁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଗୁରୁବାର ଦିନ ଆଭ୍ୟନ୍ତରୀଣ ତଥା ବାହ୍ୟ ସୁରକ୍ଷା ସହ ଜଡିତ ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ସେନାର ମୁଖପାତ୍ର ଏହା କହିଛନ୍ତି।

publive-image photo-pakistan today

ସେ କହିଛନ୍ତି ଯେ ବିଶ୍ୱରେ ଭାରତର ସାମରିକ ଖର୍ଚ୍ଚ ସର୍ବାଧିକ ଓ ରାଫେଲକୁ ଫ୍ରାନ୍ସରୁ ଭାରତ ଆଣିବା ବେଳେ ଆକାଶ ପଥରେ ଯେଭଳି ଅଣାଯାଇଥିଲା, ତାହା ସୁରକ୍ଷାକୁ ନେଇ ଭାରତ କେତେ ଚିନ୍ତିତ ତାହା ଦର୍ଶାଉଛି | ଭାରତ ୫ଟି ରାଫେଲ କିମ୍ୱା ୫୦୦ ରାଫେଲ କିଣିଲେ ବି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଆମର ସାମର୍ଥ୍ୟ ବିଷୟରେ କୌଣସି ସନ୍ଦେହ ନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe