Photo Courtesy of TOI
ଜମ୍ମୁ: ଗତ ରାତି ସାରା ପାକିସ୍ତାନୀ ସେନା ଜମ୍ମୁ, ସମ୍ବା ଏବଂ ପୁଞ୍ଚ୍ ଜିଲ୍ଲାସ୍ଥିତ ଭାରତୀୟ ସୀମାନ୍ତ ଆଉଟ୍ପୋଷ୍ଟ୍ ଏବଂ ଛୋଟ ଛୋଟ ଜନବସତି ଉପରେ ଗୁଳିଗୋଳା ନିକ୍ଷେପ କରିବାରୁ ଦୁଇ ଜଣ ବିଏସ୍ଏଫ୍ ଯବାନଙ୍କ ସମେତ ପାଞ୍ଚଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ବୋଲି ଶନିବାର ଦିନ ଅଧିକାରୀମାନେ କହିଛନ୍ତି।
ଗତକାଲି ସନ୍ଧ୍ୟାବେଳୁ ପାକିସ୍ତାନୀ ସେନା ଜମ୍ମୁର ଗାଁ’ଗଣ୍ଡା ଏବଂ ଆର୍ଣ୍ଣିଆ, ଆର୍ ଏସ୍ ପୁର ଏବଂ ଆନ୍ତର୍ଜାତିକ ସୀମାରେଖା ଅନ୍ତର୍ଗତ ରାମଗଡ଼ ସେକ୍ଟର୍ ଏବଂ ସାମ୍ବା ଜିଲ୍ଲାରେ ପ୍ରବଳ ଗୁଳିଗୋଳା ନିକ୍ଷେପ ଚାଲୁରଖିଥିଲେ।
ସେମାନେ ୨୦ଟି ଗାଁ’କୁ ଟାର୍ଗେଟ୍ କରିଥିଲେ।
ପାକିସ୍ତାନୀ ସେଲ୍ ମାଡ଼ରେ ଆହତ ହୋଇଥିବା ଆର୍ ଏସ୍ ପୁର ସେକ୍ଟର୍ ଅନ୍ତର୍ଗତ ସାତୋଓ୍ଵାଲି ଗାଁ’ର ତିନି ଏବଂ ଆର୍ଣ୍ଣିଆ ସେକ୍ଟର୍ର ଟ୍ରେଭା ଗାଁ’ ଜଣେ ସାଧାରଣ ନାଗରିକଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନିଆଯାଇଥିଲା।
ସାମ୍ବା ଅନ୍ତର୍ଗତ ରାମଗଡ଼ ସେକ୍ଟର୍ରେ ଦୁଇ ବିଏସ୍ଏଫ୍ ଯବାନ ପାକିସ୍ତାନୀ ସେନାଙ୍କ ଗୁଳି ଚୋଟରେ ସାମାନ୍ୟ ଆହତ ହୋଇଛନ୍ତି।
ନିୟନ୍ତ୍ରଣ ରେଖା ଅନ୍ତର୍ଗତ ପୁଞ୍ଚ୍ ସେକ୍ଟର୍ରେ ମଧ୍ୟ ପାକିସ୍ତାନୀ ସେନା ଶୁକ୍ରବାର ସନ୍ଧ୍ୟାରେ ଗୁଳିଗୋଳା ନିକ୍ଷେପ କରିଥିଲା। ସେଠାରେ ଜଣେ ଆଠ ବର୍ଷର ବାଳକ ଆହତ ହୋଇଛି।
ପାକିସ୍ତାନ ସେନାର ଟାର୍ଗେଟ୍ରେ ଥିବା ଅଳ୍ପ କେତେକ ସୀମାନ୍ତବର୍ତ୍ତୀ ଗାଁ’ଗଣ୍ଡାରୁ ଗତ ରାତିରେ ପୁଲିସ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରି ତମ୍ବୁରେ ରଖିଥିଲା।
Follow Us