ପାକିସ୍ତାନ ଭାରତ ନିକଟରୁ ଆତ୍ମ-ଗୌରବବୋଧ ଶିଖିବା ଉଚିତ

Advertisment
ପାକିସ୍ତାନ ଭାରତ ନିକଟରୁ ଆତ୍ମ-ଗୌରବବୋଧ ଶିଖିବା ଉଚିତ

Image Source : AP

ଇସଲାମାବାଦ: ବର୍ତ୍ତମାନ ରୁଷ – ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଆମ ପଡୋଶୀ ଦେଶ ଭାରତର ଆଭିମୁଖ୍ୟକୁ କୌଣସି ଦେଶ ପ୍ରଶ୍ନ କରିପାରିବ ନାହିଁ। ଭାରତ ନିଜ ସା‌ର୍ବଭୌମତ୍ବ ରକ୍ଷା କରିବାକୁ ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ବିଦେଶ ନୀତି ଆପଣଉଛି ତାହା ପ୍ରଶଂସନୀୟ। ନିଜ ଆତ୍ମଗୌରବ ରକ୍ଷା କରିବାକୁ ସବୁବେଳେ ଚେଷ୍ଟା କରି ଆସୁଛି। ତେଣୁ ପାକିସ୍ତାନ ଭାରତଠାରୁ ଆତ୍ମଗୌରବ ଶିଖିବା ଉଚିତ ବୋଲି ଶୁକ୍ରବାର ରାତିରେ ଦେଶବାସୀଙ୍କୁ ସମ୍ବୋଧନ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି।

publive-image ThePrint

ସେ କହିଛନ୍ତି ଯେ, କିଛି ଦିନ ହେଲା ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ତାଙ୍କ ରୁଷଗସ୍ତକୁ ସହିନପାରି ଆମେରିକା ପାକିସ୍ତାନରେ ଅସ୍ଥିରତା ସୃଷ୍ଟି କରୁଛି। ବିରୋଧୀ ଦଳ ସହ ମିଶି ତାଙ୍କୁ କ୍ଷମତାଚ୍ୟୁତ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ବହିଷ୍କାର ଉଦ୍ୟମକୁ ରୋକିବାରେ ଅସାମ୍ବିଧାନିକ ବୋଲି କହିଛନ୍ତି। ଏଭଳି ହେଲେ ଦେଶର ସାର୍ବଭୌମତ୍ବ କ୍ଷୁଣ୍ଣ ହୋଇପାରେ। ଭାରତ ଯେଭଳି ତା’ର ବିଦେଶୀ ନୀତି ବଳରେ ନିଜକୁ ସୁଦୃଢ଼ କରିପାରିଛି ସେମାନଙ୍କଠାରୁ ଆମକୁ ଶିଖିବାକୁ ପଡିବ ବୋଲି ସେ କହିଛନ୍ତି।

ରୁଷ – ୟୁକ୍ରେନ ଯୁଦ୍ଧରେ ନୂଆଦିଲ୍ଲୀ ନେଇଥିବା ଆଭିମୁଖ୍ୟ ଉପରେ କୌଣସି ଦେଶ ପ୍ରଶ୍ନ କରିପାରିବେ ନାହିଁ। ପୃଥିବୀର କୌଣସି ସୁପର ପାୱାର ନୂଆଦିଲ୍ଲୀର ସର୍ତ୍ତାବଳୀ ଉପରେ ଅଙ୍ଗୁଳି ଉଠାଇପାରିବ ନାହିଁ। ଭାରତର ନିଜର ବୈଦେଶିକ ନୀତି ବଳରେ ଆତ୍ମ ଗୌରବ ରକ୍ଷା କରିପାରିଛି। ତେଣୁ ଏଥିରୁ ଆମକୁ ବହୁତ କିଛି ଶିଖିବାର ଅଛି। ପାକିସ୍ତାନ ସରକାରକୁ ଯେମିତି କ୍ଷମତାଚ୍ୟୁତ ପାଇଁ ଚକ୍ରାନ୍ତ କରାଯାଉଛି ଏହାର ଯାଞ୍ଚ ପାଇଁ ତାଙ୍କ ସରକାର ଏକ ପ୍ୟାନେଲ ଗଠନ କରିଛନ୍ତି। ଏଭଳି ହେଲେ ଦେଶର ସାର୍ବଭୌମତା ବିପନ୍ନ ହୋଇପଡିବ। ତେଣୁ ଏଥିପ୍ରତି ଆମକୁ ଦୃଷ୍ଟିଦେବାକୁ ପଡିବ ବୋଲି ପାକସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶାବାସୀଙ୍କୁ ସମ୍ବୋଧନ ବେଳେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe