ପାକିସ୍ତାନ୍‌ ଆଗ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରୁ, ତା’ପରେ ଆଲୋଚନା : ସୁଷମା ସ୍ୱରାଜ

ପାକ୍‌ ସାଂସଦ ସୁଷମାଙ୍କୁ ଭେଟିଲେ: ପୁଲୱାମା ଆକ୍ରମଣରେ ପାକ୍‌ ହାତ ନଥିବା କହିଲେ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ କୌଣସି କଥାବାର୍ତ୍ତା ସେ ପର୍ଯ୍ୟନ୍ତ ସମ୍ଭବ ନୁହେଁ ,ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନ କରିଛି। ଇସଲାମାବାଦରେ ଅନୁଷ୍ଠିତ ହେଉଥିବା ସାର୍କ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା। ଏହାକୁ ଭାରତ ପ୍ରତ୍ୟାଖ୍ୟାନ କରିବା ପରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ।

କର୍ତ୍ତାରପୁର କରିଡର ନିର୍ମାଣ ଭଳି ଦ୍ୱିପାକ୍ଷିକ ପଦକ୍ଷେପ ଦୁଇ ଦେଶ ମଧ୍ୟରେ କାଥାବାର୍ତ୍ତା ଲାଗି ପଥ ପରିଷ୍କାର କରିନାହିଁ। ହାଇଦ୍ରାବାଦ୍‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସୁଷମା କହିଛନ୍ତି କି ଶେଷପର୍ଯ୍ୟନ୍ତ ଭାରତରେ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନ କରିଛି ,ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ସମ୍ଭବ ନୁହେଁ କିମ୍ବା ଭାରତ ସାର୍କ ସମ୍ମିଳନୀରେ ଯୋଗ ଦେବ ନାହିଁ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କର୍ତ୍ତାରପୁର କରିଡରର ଶିଳାନ୍ୟାସ କରିବାର କିଛି ସମୟ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ମନ୍ତବ୍ୟ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe