ଭାରତକୁ ନାଲି ଆଖି ଦେଖାଇ ବିଷ ଓଗାଳିଲା ପାକିସ୍ତାନ: ୬ ନଦୀକୁ ନିଜ କବଜାକୁ ନେବାକୁ କହିଲା

Advertisment

୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମର ବୈସାରନ ଘାଟିରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା...

୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମର ବୈସାରନ ଘାଟିରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା...

Pakistan showed India a red eye and spat venom: Asked to take control of 6 rivers

Pakistan showed India a red eye and spat venom: Asked to take control of 6 rivers Photograph: (sambad.in)

ଇସଲାମାବାଦ: ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ପୁଣି ଥରେ ଭାରତ ବିରୁଦ୍ଧରେ ବିଷ ଓଗାଳିଛନ୍ତି। ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ପୁଣି ଥରେ ନାଲି ଆଖି ଦେଖାଇ ଭାରତକୁ ଧମକ ଦେଇଛନ୍ତି।

ବିଲାୱଲ ଭୁଟ୍ଟୋ କହିଛନ୍ତି, ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିନାମା ଗ୍ରହଣ କରିବାକୁ ମନା କରେ, ତେବେ ପାକିସ୍ତାନ ଛଅଟି ନଦୀର ପାଣି ନିଜ କବଜାକୁ ନେବ। ପାକିସ୍ତାନ ନିଜ ଦେଶର ଲୋକଙ୍କ ପାଇଁ ସେସବୁ ନଦୀ ଉପରେ କବଜା କରିବ। ଏହା ବ୍ୟତୀତ ପାକିସ୍ତାନ ଭାରତକୁ ଯୁଦ୍ଧର ଧମକ ମଧ୍ୟ ଦେଇଛି। ବିଲାୱଲ ଭୁଟ୍ଟୋ କହିଛନ୍ତି, ପାକିସ୍ତାନ ଯୁଦ୍ଧରୁ ପଛକୁ ହଟିବ ନାହିଁ।

ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ ଭାବରେ କହିଥିଲେ ଯେ, ସିନ୍ଧୁ ଜଳ ଚୁକ୍ତି କେବେ ବି ପୁନଃସ୍ଥାପିତ ହେବ ନାହିଁ। ଅମିତ ଶାହଙ୍କ ଏହି ମନ୍ତବ୍ୟ ପରେ, ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏହାର ପ୍ରତିବାଦ କରିଥିଲା। ବିଲାୱଲ ଭୁଟ୍ଟୋ ଭାରତକୁ ଏକ ବିକଳ୍ପ ଦେଇଥିଲେ ଏବଂ କହିଥିଲେ ଯେ, ଭାରତ ସିନ୍ଧୁ ଜଳ ଚୁକ୍ତି ଆରମ୍ଭ କରିବା ଉଚିତ୍ ନଚେତ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଉଚିତ୍। ଏହା ପ୍ରଥମ ଥର ନୁହେଁ ଯେ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ପକ୍ଷରୁ ଏପରି ଆକ୍ରମଣାତ୍ମକ ମନ୍ତବ୍ୟ ଆସିଛି। ପୂର୍ବରୁ ମଧ୍ୟ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ସିନ୍ଧୁ ଜଳ ଚୁକ୍ତି ବିଷୟରେ କହିଥିଲେ ଯେ, ଏଥିରେ ସେମାନଙ୍କର ରକ୍ତ ପ୍ରବାହିତ ହେବ ନଚେତ୍ ପାଣି ପ୍ରବାହିତ ହେବ।

ଭାରତ ଜାତିସଂଘରେ ପାକିସ୍ତାନକୁ ଉଚିତ୍ ଜବାବ ଦେଇ କହିଥିଲା, ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ। ସିନ୍ଧୁ ଜଳ ଚୁକ୍ତିନାମା ଭଙ୍ଗ କରିବା ପାଇଁ ଭାରତ ପାକିସ୍ତାନକୁ ଦାୟୀ କରିଥିଲା। ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତ ଗତ କିଛି ବର୍ଷ ମଧ୍ୟରେ ଏହି ଚୁକ୍ତିନାମା ଉପରେ ପୁନର୍ବିଚାର କରିବାକୁ ସୂଚିତ କରିଛି।

ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟ ଉପରେ ପାକିସ୍ତାନ କ୍ରୋଧିତ ହୋଇଥିଲା। ଏହା ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରି ଗୃହମନ୍ତ୍ରୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିଲା। ସୂଚନାଯୋଗ୍ୟ,ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯୬୦ମସିହାରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇ ଜଳ ବଣ୍ଟନ ନିଶ୍ଚିତ କରାଯାଇଥିଲା।

India | pakistan | OperationSindoor

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe