ଜ୍ୟୋତିଙ୍କ ଘରୁ ଏସବୁ ଉପକରଣ ଜବତ କରି ପରୀକ୍ଷା ପାଇଁ ଫରେନସିକ୍ ଲ୍ୟାବକୁ ପଠାଇ ଦେଇଛି ପୁଲିସ

ଜ୍ୟୋତିଙ୍କ ଘରୁ  ଉଦ୍ଧାର ହୋଇଥିବା ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଇ ଦିଆଯାଇଛି। ସେଠାପରେ  ଜବତ ଉପକରଣଗୁଡ଼ିକର ବିଶ୍ଳେଷଣ ଚାଲିଛି। ବିଶ୍ଳେଷଣର ଫଳାଫଳ ଏପର୍ଯ୍ୟନ୍ତ ହିସାର ପୁଲିସକୁ ହସ୍ତାନ୍ତର କରାଯାଇ ନାହିଁ।

୮୬୭୯୭

ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ପାଇଁ ଗୁପ୍ତଚର ଭାବେ କାମ କରୁଥିବା ଅଭିଯୋଗରେ ଗିରଫ ଜ୍ୟୋତି ମାଲହୋତ୍ରାଙ୍କ ମାମଲାର ଗଭୀର ତଦନ୍ତ ପାଇଁ କୋର୍ଟ ଅଭିଯୁକ୍ତାଙ୍କୁ ପାଞ୍ଚ ଦିନିଆ ପୁଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି।

ଝିଅ ଗିରଫ ହେବାପରେ ଜ୍ୟୋତି ମାଲହୋତ୍ରାଙ୍କ ବାପାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ‘"ଜ୍ୟୋତି ମୋତେ କହିଥିଲେ ଯେ ସେ ଭାରତୀୟ ଅଧିକାରୀଙ୍କ ଠାରୁ ଅନୁମତି ନେଇ ପାକିସ୍ତାନ ଯାଇଥିଲେ। ଜ୍ୟୋତିଙ୍କର ପାକିସ୍ତାନରେ ଜଣେ ବନ୍ଧୁ ଅଛନ୍ତି, ଯାହାଙ୍କ ସହ ସେ କଥାବାର୍ତ୍ତା ହୁଅନ୍ତି।

ମୁଁ ଶୁଣିବାକୁ ପାଇଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ପାଇଁ ଜ୍ୟୋତି ଗୁପ୍ତଚର ଭାବେ କାମ କରୁଥିଲେ। ତେବେ ଏହା କେତେ ଦୂର ସତ ସେ କଥା ମୁଁ ଜାଣିନାହିଁ। 

ଗୁରୁବାର ଦିନ ପୁଲିସ ଆମ ଘରକୁ ଆସିଥିଲା। ପୁଲିସ ସହିତ ଜଣେ କ୍ୟାମେରାମ୍ୟାନ୍ ମଧ୍ୟ ଥିଲେ। ପୁଲିସ ମୋ ଘରୁ ଯାହା ବି ଜିନିଷ ସବୁ ନେଇଥିଲା ତାହାର ଏକ ଭିଡିଓ ତିଆରି କରିଥିଲା। ପୁଲିସ  ମୋ ଘରୁ ଜ୍ୟୋତିଙ୍କ ବ୍ୟାଙ୍କ କପି, ଏଫଡି ଡକ୍ୟୁମେଣ୍ଟ, ତିନୋଟି ମୋବାଇଲ୍ ଫୋନ୍, ପାସପୋର୍ଟ ଏବଂ ଲାପଟପ୍ ନିଜ ସାଥୀରେ ନେଇଯାଇଛି।’

ପୁଲିସ ସୂତ୍ରରୁ ପ୍ରକାଶ, ଜ୍ୟୋତିଙ୍କ ଘରୁ  ଉଦ୍ଧାର ହୋଇଥିବା ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଇ ଦିଆଯାଇଛି। ସେଠାପରେ  ଜବତ ଉପକରଣଗୁଡ଼ିକର ବିଶ୍ଳେଷଣ ଚାଲିଛି। ବିଶ୍ଳେଷଣର ଫଳାଫଳ ଏପର୍ଯ୍ୟନ୍ତ ହିସାର ପୁଲିସକୁ ହସ୍ତାନ୍ତର କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe