କାଶ୍ମୀରରେ ନିହତ ହୋଇଥିବା ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀଙ୍କୁ ନେଇ ପାକିସ୍ତାନ ଜାରି କଲା ୨୦ଟି ଡାକ ଟିକେଟ

Advertisment
କାଶ୍ମୀରରେ ନିହତ ହୋଇଥିବା ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀଙ୍କୁ ନେଇ ପାକିସ୍ତାନ ଜାରି କଲା ୨୦ଟି ଡାକ ଟିକେଟ

ଆହ୍ଲାବାଦ: ପାକିସ୍ତାନ ଗୋଟିଏ ପଟେ ଭାରତ ସହିତ ଆଲୋଚନା କରିବା ପାଇଁ ଯୋଜନା ରଖିଥିବା ବେଳେ ଅନ୍ୟପଟେ କାଶ୍ମୀରର ଘଟଣା ଓ ଆତଙ୍କବାଦୀ ଉପରେ ୨୦ଟି ଷ୍ଟାମ୍ପ ଜାରି କରିଛି। ଷ୍ଟାମ୍ପରେ ଥିବା ବ୍ୟକ୍ତିଙ୍କୁ ପାକିସ୍ତାନ ସହିଦ ବୋଲି ଦର୍ଶାଇଛି। ଯେଉଁମାନେ ଘାଟିରେ ଯବାନଙ୍କ ହାତରେ ନିହତ ହୋଇଥିଲେ। ଏଥିରେ ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ବୁରହାନ ଓ୍ଵାନିର ନାମ ବି ସାମିଲ ରହିଛି।

ଏହି ସମସ୍ତ ଷ୍ଟାମ୍ପ ପେପର ମୂଲ୍ୟ ୮ଟଙ୍କା ରହିଛି। ଏଥିରେ କାଶ୍ମୀରର ଅନେକ ଘଟଣା ବିଷୟରେ ଦର୍ଶାଯାଇଛି। ଯବନାଙ୍କ ହାତରେ ନିହତ ହୋଇଥିବା ବର୍ବର ଆତଙ୍କବାଦୀଙ୍କ ଉପରେ ଡାକ ଟିକେଟ ବନାଇବା ସହିତ ରାସାୟନିକ ଅକ୍ରମଣ ଉପରେ ବି ଡାକ ଟିକେଟ ଜାରି କରିଛି ପାକିସ୍ତାନ। ଏହି ଟିକେଟ ସମ୍ପୂର୍ଣ୍ଣ ମାତ୍ରାରେ ନକଲି ବୋଲି ଜଣାପଡ଼ୁଛି କାରଣ କାଶ୍ମୀରରେ କେବେ ବି ରାସାୟନିକ ଆକ୍ରମଣ ହୋଇଥିବା ଶୁଣିବାକୁ ମିଳି ନାହିଁ। ୨୦ଟି ଷ୍ଟାମ୍ପ ପେପରକୁ କେଇଓ୍ଵା ଓ ଅନ୍‌ଲାଇନ୍‌ େଓ୍ଵବସାଇଟ ଜରିଆରେ କିଣା ଯାଉଛି। ଏହି ଷ୍ଟାମ୍ପ ପେପରକୁ କାଶ୍ମୀର ଦିବସରେ କରାଚିରେ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe