ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କୁ ପୀଡ଼ିତ ବୋଲି ଦର୍ଶାଉଛି ପାକିସ୍ତାନର ଡାକଟିକିଟ୍‌

ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କୁ ପୀଡ଼ିତ ବୋଲି ଦର୍ଶାଉଛି ପାକିସ୍ତାନର ଡାକଟିକିଟ୍‌

ଇସ୍‌ଲାମାବାଦ: ପାକିସ୍ତାନ ପ୍ରକାଶ କରିଥିବା ୨୦ଟି ସ୍ମାରକୀ ଡାକଟିକିଟ୍‌ରେ ନିହତ ଆତଙ୍କବାଦୀ ଏବଂ ଅନ୍ୟ କେତେଜଣଙ୍କୁ ଚିତ୍ରିଣ କରି ‘କଶ୍ମୀର ଠାରେ ଭାରତୀୟ ସେନାଙ୍କ ସ୍ୱେଚ୍ଛାଚାରର ପୀଡ଼ିତ’ ବୋଲି ଦର୍ଶାଇଛି। ପାକିସ୍ତାନ ପୋଷ୍ଟ୍‍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଚଳିତ କଲାଭଳି ଚିତ୍ର ଥିବା ଡାକଟିକିଟ୍‌ ସବୁ ଜୁଲାଇ ୨୪ ତାରିଖ ଦିନ ମୁଖ୍ୟାଳୟ କରାଚିରେ ପ୍ରକାଶିତ ହୋଇଛି। କଶ୍ମୀରିବାସିଙ୍କ ଭାରତର ଦମନଲୀଳା ବିରୋଧରେ ସଂଗ୍ରାମକୁ ପାକିସ୍ତାନ ସମର୍ଥନ କରୁଛି ବୋଲି ଦର୍ଶାଇବାକୁ ଏସବୁ ପ୍ରକାଶିତ ହୋଇଛି। ଏହାଛଡ଼ା କଶ୍ମୀରରେ ବାସ କରୁଥିବା ଲୋକଙ୍କ ଦୁର୍ଦ୍ଦଶାକୁ ସ୍ଥାନୀୟ ଅଞ୍ଚଳରେ ଏବଂ ଆନ୍ତର୍ଜାତିକ ସ୍ତରରେ ଲୋକଲୋଚନକୁ ଆଣିବା ମଧ୍ୟ ଏହାର ଅନ୍ୟ ଏକ ଉଦ୍ଦେଶ୍ୟ।

ଚିତ୍ର ସହ ଡାକଟିକିଟ୍‌ରେ ‘ରାସାୟନିକ ଅସ୍ତ୍ରର ବ୍ୟବହାର’, ‘ପେଲେଟ୍‌ ଗନ୍‌ର ବ୍ୟବହାର’, ‘ଗଣ ସମାଧି’, ‘ବେଣୀ କଟା’ ଏବଂ ‘ବୁର୍‌ହାନ୍‌ ଓ୍ଵାନି (୧୯୯୪-୨୦୧୬ ଫ୍ରିଡମ୍‌ ଆଇକନ୍‌’ ଭଳି ପରିଚୟୋକ୍ତି ମଧ୍ୟ ରହିଛି।

କରାଚିସ୍ଥିତ ଫିଲାଟେଲି ବ୍ୟୁରୋ ଦ୍ୱାରା ‘କଶ୍ମୀର ସହିଦ ଦିବସ’ ଅବସରରେ ଏହି ଡାକଟିକିଟ୍‌ସବୁ ପ୍ରକାଶିତ ହୋଇଛି। ଏଥିରେ ଥିବା ଚିତ୍ରଗୁଡ଼ିକ ହେଉଛି ଗତ ଅଳ୍ପ କେତେ ବର୍ଷ ହେବ କଶ୍ମୀର ଉପତ୍ୟକାରେ ଏନ୍‌କାଉଣ୍ଟ୍‌ର୍‌ରେ ନିହତ ଆତଙ୍କବାଦୀମାନଙ୍କର। ଇ-ବେ’ରେ ପ୍ରାୟ ୫୦୦ ଟଙ୍କା ବିନିମୟରେ ଏହି ଡାକଟିକିଟ୍‌ ମିଳିପାରିବ। ପାକିସ୍ତାନରେ ଏହି ଡାକଟିକିଟ୍‌ ଗୋଟିକର ମୂଲ୍ୟ ୮ଟଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe