ଆତଙ୍କବାଦକୁ ପାକିସ୍ତାନ ନୀତି କରିଛି, ସେହି ଦେଶ ସହ ସାଧାରଣ ସଂପର୍କ ସ୍ଥାପନ କ‌ଷ୍ଟସାଧ୍ୟ: ଏସ୍‌ ଜୟଶଙ୍କର

ଆତଙ୍କବାଦକୁ ପାକିସ୍ତାନ ନୀତି କରିଛି, ସେହି ଦେଶ ସହ ସାଧାରଣ ସଂପର୍କ ସ୍ଥାପନ କ‌ଷ୍ଟସାଧ୍ୟ: ଏସ୍‌ ଜୟଶଙ୍କର

www.indiatoday.in

ନୂଆଦିଲ୍ଲୀ: ଆତଙ୍କବାଦ ପାକିସ୍ତାନ ପାଇଁ ଏକ ନୀତି ପାଲଟି ଯାଇଛି ଓ ଏହି କାରଣରୁ ସେ ଦେଶ ସହ ସାଧାରଣ ସଂପର୍କ ସ୍ଥାପନ କରିବା କଷ୍ଟସାଧ୍ୟ ହୋଇପଡ଼ିଛି ବୋଲି ଏସିଆ ସୋସାଇଟି ପଲିସି ଇନଷ୍ଟିଚ୍ୟୁଟ(ଏଏସ୍‌ପିଆ) ସହ ନ୍ୟୁୟର୍କରେ ଆୟୋଜିତ ଏକ ଭର୍ଚୁଆଲ କଥାବାର୍ତ୍ତା ବେଳେ ଶୁକ୍ରବାର ଏପରି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର।

ଜୟଶଙ୍କର କହିଛନ୍ତି କି ‘ପାକିସ୍ତାନ ସରକାର ଆତଙ୍କବାଦକୁ ଏକ ନୀତି ଭାବେ ଗ୍ରହଣ କରିଛନ୍ତି। ତେଣୁ ପାକିସ୍ତାନ ସହ ସାଧାରଣ ସମ୍ପର୍କ ସ୍ଥାପନ କରିବା କୌଣସି ବି ମତେ ସମ୍ଭବ ନୁହେଁ। ପାକିସ୍ତାନ କଶ୍ମୀର ଏବଂ ନାଗରିକତ୍ୱ ସଂଶୋଧନ ଅଧିନିୟମ(ସିଏଏ) ପ୍ରସଂଗ ନେଇ ଅନ୍ତର୍ଜାତୀୟ ଫୋରମ୍‌ର ହସ୍ତକ୍ଷେପ ଲୋଡ଼ିଛି।’ ମାତ୍ର ଜୟଶଙ୍କରଙ୍କ କହିବା କଥା ହେଲା କଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଓ ଲୋକମାନଙ୍କ ମଙ୍ଗଳ ଚିନ୍ତା କରି ଭାରତ ସରକାର ଉଚିତ ନିଷ୍ପତ୍ତି ନେଇଛନ୍ତି।

publive-image
The Economic Times

ନିର୍ଯାତନାର ସମ୍ମୁଖୀନ ହେଉଥିବା ନିର୍ଦ୍ଦିଷ୍ଟ କିଛି ପଡ଼ୋଶୀ ସଂଖ୍ୟାଲଘୁଙ୍କୁ କାହିଁକି ଭାରତ ନାଗରିକତ୍ବ ପ୍ରଦାନ କରୁଛି ସେ ସଂପର୍କରେ ମଧ୍ୟ ଜୟଶଙ୍କର ବର୍ଣ୍ଣନା କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ଭାରତର ବାହ୍ୟ ସୀମ‌ାରେ କୌଣସ ପରିବର୍ତ୍ତନ ଅଣାଯାଇ ନାହିଁ। ଆଜି ଯେପରି ଅଛି ୫ ବର୍ଷ ପୂର୍ବେ ସେପରି ଥିଲା, ୨୦ ବର୍ଷ ତଳେ ମଧ୍ୟ ସେପରି ଥିଲା ଓ ୪୦ ବର୍ଷ ତଳେ ବି ସେହିପରି ହିଁ ଥିଲା। ବାହ୍ୟ ସୀମାରେ ପରିବର୍ତ୍ତନ ଘଟିଲେ ପଡ଼ୋଶୀ ରାଷ୍ଟ୍ର ପ୍ରଭାବିତ ହୁଅନ୍ତି,  କିନ୍ତୁ ଭାରତରେ ସେପରି କିଛି ଘଟିନି ବୋଲି ଜୟଶଙ୍କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe