ପାକିସ୍ତାନକୁ ଝଟ୍‌କା: ଆଫଗାନିସ୍ତାନରେ ମିଳିତ ଆର୍ଥିକ ପ୍ରକଳ୍ପ ପାଇଁ ଭାରତ-ଚୀନ ସହମତି

ପାକିସ୍ତାନକୁ ଝଟ୍‌କା: ଆଫଗାନିସ୍ତାନରେ ମିଳିତ ଆର୍ଥିକ ପ୍ରକଳ୍ପ ପାଇଁ ଭାରତ-ଚୀନ ସହମତି

ବୁହାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ପାକିସ୍ତାନକୁ ବଡ଼ ଝଟ୍‌୍‌କା ଦେଇଛନ୍ତି। ଆଫିଗାନିସ୍ତାନରେ ଉଭୟ ରାଷ୍ଟ୍ର ମିଳିତ ମେଗା ଆର୍ଥିକ ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚୀନ୍‌-ପାକିସ୍ତାନ ଆର୍ଥିକ କରିଡର ବିଭିନ୍ନ କାରଣରୁ ସଙ୍କଟରେ ଥିବା ବେଳେ ଆଫଗାନିସ୍ତାନରେ ଭାରତ ଓ ଚୀନ୍‌ର ମିଳିତ ଆର୍ଥିକ ପ୍ରକଳ୍ପ ପାକିସ୍ତାନ ପାଇଁ ଘୋର ଚିନ୍ତାର କାରଣ ହେବ ବୋଲି କୁହାଯାଉଛି। ତେବେ ପାକିସ୍ତାନ ଏଥିରେ ବିଚଳିତ ହେବା ଆବଶ୍ୟକ ନାହିଁ ବୋଲି ଆଜି ଚୀନ୍‌ କହିଛି। ଗତକାଲି ବୁହାନ୍‌ରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକ ଶେଷରେ ଏହି ନିଷ୍ପତ୍ତି ନିଆଯାଇଥିବା ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି। ପ୍ରଥମ ଥର ପାଇଁ ଚୀନ୍‌ ଏବଂ ଭାରତ ଏଭଳି ପ୍ରକଳ୍ପ ପାଇଁ ରାଜି ହୋଇଥିବା ବେଳେ ଆଫଗାନିସ୍ତାନକୁ ନେଇ ଅନ୍ତର୍ଜାତୀୟ କୂଟନୀତିରେ ଏକ ନୂଆ ସମୀକରଣ ଆରମ୍ଭ ହେବ ବୋଲି କୁହାଯାଉଛି। ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ କହିଛନ୍ତି ଯେ ଚୀନ୍‌ ଏବଂ ଭାରତ ଜଗତୀକରଣ ଅର୍ଥନୀତିର ମେରୁଦଣ୍ଡ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe