ଆତଙ୍କବାଦକୁ ସମର୍ଥନ କରିବା ଓ ଆର୍ଥିକ ସହାୟତା ଦେବା ପାକିସ୍ତାନର ରାଷ୍ଟ୍ର ନୀତି ପାଲଟି ଗଲାଣି: ଅଜିତ୍‌ ଡୋଭାଲ୍‌

Advertisment
ଅଗ୍ନିପଥ ଯୋଜନାରୁ ପଛକୁ ହଟିବେ ନାହିଁ ସରକାର, ସ୍ପଷ୍ଟ କଲେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା

https://zeenews.india.com

ନୂଆଦିଲ୍ଲୀ: ଆତଙ୍କବାଦୀମାନଙ୍କ ସହ ଲଢ଼ିବା ପାଇଁ ସୁରକ୍ଷା ଏଜେନ୍ସି ଗୁଡ଼ିକୁ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ୍‌ ତରିକା ବଦଳାଇବାକୁ କହିଛନ୍ତି। ଆତଙ୍କବାଦୀମାନଙ୍କୁ ସମର୍ଥନ କରିବା ଓ ଆର୍ଥିକ ସହାୟତା ଦେବା ପାକିସ୍ତାନର ଏକ ରାଷ୍ଟ୍ରୀୟ ନୀତି ହୋଇଗଲାଣି ବୋଲି ଡୋଭାଲ୍‌ ସୋମବାର ଦିଲ୍ଳୀଠାରେ ପ୍ରକାଶ କରିଛନ୍ତି। ଆତଙ୍କବାଦ ନିରୋଧ ସ୍କ୍ଵାଡ(ଏଟିଏସ୍‌) ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)କୁ ଡୋଭାଲ୍‌ ପାକିସ୍ତାନ ବିରୋଧରେ ଆବଶ୍ୟକୀୟ ପ୍ରମାଣ ଯୋଗାଡ଼ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)କୁ ନିର୍ଦ୍ଦେଶ ଦେଇ ଦେଶରେ ଆତଙ୍କବାଦ ଶେଷ କରିବାକୁ ଏକ ଲକ୍ଷ୍ୟ ପ୍ରସ୍ତୁତ କରିବାକୁ କହିଛନ୍ତି।

‘ଏକଥା ସମସ୍ତେ ଜାଣନ୍ତି ଯେ ପାକିସ୍ତାନ ଆର୍ଥିକ ରୂପେ ଆତଙ୍କବାଦୀମାନଙ୍କୁ ସମର୍ଥନ କରୁଛି। କେବଳ ଆପଣମାନେ(ଏଟିଏସ/ଏସ୍‌ଟିଏଫ/ ଏନ୍‌ଆଇଏ) ପାକ୍‌ ବିରୋଧରେ ପ୍ରମାଣ ଯୋଗାଡ଼ କରିବା ଉଚିତ। ଆମେ ଗୋଟିଏ ଦେଶକୁ ଟର୍ଗେଟ କରୁନାହୁଁ ମାତ୍ର ଆମକୁ ପ୍ରମାଣ ଦରକାର। ପ୍ରମାଣକୁ ବ୍ୟବହାର କରାଯାଉ, ତାହାକୁ ନଷ୍ଟ କରନଯାଉ। ଗଣମାଧ୍ୟମକୁ ଦିଅନ୍ତୁ। ସେସବୁ ବ୍ୟବହାର ହେଉ। ତାହାଲେ ଯାଇ ଆତଙ୍କବାଦ ସମାପ୍ତ ହେବ’ ବୋଲି ଡୋଭାଲ୍‌ କହିଛନ୍ତି।

publive-image Mysuru Today

ଏନ୍‌ଆଇଏ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଡୋଭାଲ୍‌ ଏଟିଏସ୍‌ ଓ ଏସ୍‌ଟିଏଫଙ୍କୁ କହିଛନ୍ତି ଯେ ‘ଆମକୁ ଜଣା ଅଛି ଯେ ବାହାରୁ ଆତଙ୍କବାଦୀଙ୍କୁ ସହାୟତା ମିଳୁଛି। ଏହା କିଛି ନୂଆ କଥା ନୁହେଁ। ଆତଙ୍କବାଦୀମାନଙ୍କ ବିରୋଧରେ ତଦନ୍ତ କରି ତଥ୍ୟା ହାସଲ କରିବା ପାଇଁ ସମସ୍ତ ସୁରକ୍ଷା ଏଜେନ୍ସି ଭିତରେ ଉତ୍ତମ ବୁଝାମଣା ରହିବା ଜରୁରୀ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe