ଭାରତର ଆକ୍ସନ ଦେଖି କାମ କରୁନି ପାକିସ୍ତାନର ମୁଣ୍ଡ, ପାଗଳ ଭଳି ନେଲା ଏସବୁ ପଦକ୍ଷେପ...

ପାକ୍

Photograph: (Sambad.in)

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ । ପ୍ରତିଶୋଧ ପାଇଁ ପ୍ରସ୍ତୁତି ଘନଘନ ଚାଲୁଥିବା ବେଳେ ଦିଲ୍ଲୀରେ ଆକ୍ସନ ଦେଖି ଇସଲାମାବାଦରେ ହଲଚଲ ଦେଖିବାକୁ ମିଳିଛି । ଗତକାଲି ଭାରତ ପାକିସ୍ତାନ ଉପରେ କୂଟନୈତିକ ସ୍ତରରେ ଚାପ ପକାଇ ପାକ୍ ପିଠିରେ ପ୍ରହାର ଦେଇଥିବା ବେଳେ ଔଷଧ ବିକଳରେ ତାଟିଆ କାମୁଡି ବିଳିବିଳେଇ ହେଉଛି ପାକିସ୍ତାନ । ଆଉ ଭାରତ ବିରୋଧରେ ମନଇଚ୍ଛା ନେଉଛି ପଦକ୍ଷେପ ।

ପ୍ରଥମେ ଭାରତ ପାଇଁ ପାକିସ୍ତାନ ବାୟୁସୀମା ବନ୍ଦ କରିବା ପରେ ୱାଘା ସୀମା ମଧ୍ୟ ବନ୍ଦ କରିଥିଲା ଆଉ ଏବେ ଭାରତ ବିରୋଧରେ ଆଉ ଏକ ଆକ୍ସନ ନେଇଛି ପାକିସ୍ତାନ । ୧୯୭୨ ସିମଲା ଶାନ୍ତି ଚୁକ୍ତି ବାତିଲ କରିଛି ପାକିସ୍ତାନ । 

ସେପଟେ ଭାରତୀୟ ଯବାନଙ୍କୁ ଅଟକ ରଖିଛି ପାକିସ୍ତାନ । ବିଏସଏଫ ଯବାନଙ୍କୁ ଅଟକ ରଖିଛନ୍ତି ପାକ୍ ରେଞ୍ଜର୍ସ । ଅଜାଣତରେ ସୀମା ପାର୍ କରିଥିବା ବେଳେ ଅଟକ ରଖିଛି ପାକିସ୍ତାନ । ପଞ୍ଜାବରେ ସୀମା ପାର୍ ନେଇ ପାକିସ୍ତାନ ଅଭିଯୋଗ ଆଣିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe