Operation SINDOOR: ସଫଳ ହୋଇଛି ଅପରେସନ ସିନ୍ଦୂର: ସ୍ବୀକାର କଲା ଲସ୍କର କମାଣ୍ଡର... ମାଟିରେ ମିଶିଯାଇଛି ଆତଙ୍କୀ ଆଡ୍ଡା

Advertisment

ଭାରତର ଅପରେସନ୍‌ ସିନ୍ଦୂର ସଫଳ ହୋଇଛି । ଅପରେସନ୍‌ ସିନ୍ଦୂରରେ ପାକିସ୍ତାନରେ ଆତଙ୍କବାଦୀ ଆଡ଼ାସ୍ଥଳ ଧ୍ବଂସ ହୋଇଯାଇଛି। ପାକିସ୍ତାନ ଏହି ସତ୍ୟକୁ ସ୍ବୀକାର କରିବାକୁ କୁଣ୍ଠା କରିଥିଲେ ମଧ୍ୟ ଏକଥାକୁ ସ୍ବୀକାର କରିଛି ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ

ଭାରତର ଅପରେସନ୍‌ ସିନ୍ଦୂର ସଫଳ ହୋଇଛି । ଅପରେସନ୍‌ ସିନ୍ଦୂରରେ ପାକିସ୍ତାନରେ ଆତଙ୍କବାଦୀ ଆଡ଼ାସ୍ଥଳ ଧ୍ବଂସ ହୋଇଯାଇଛି। ପାକିସ୍ତାନ ଏହି ସତ୍ୟକୁ ସ୍ବୀକାର କରିବାକୁ କୁଣ୍ଠା କରିଥିଲେ ମଧ୍ୟ ଏକଥାକୁ ସ୍ବୀକାର କରିଛି ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ

New Project (8)

terrorist Photograph: (sambad.in)

ନୂଆଦିଲ୍ଲୀ: ଭାରତର ଅପରେସନ୍‌ ସିନ୍ଦୂର ସଫଳ ହୋଇଛି । ଅପରେସନ୍‌ ସିନ୍ଦୂରରେ ପାକିସ୍ତାନରେ ଆତଙ୍କବାଦୀ ଆଡ଼ାସ୍ଥଳ ଧ୍ବଂସ ହୋଇଯାଇଛି। ପାକିସ୍ତାନ ଏହି ସତ୍ୟକୁ ସ୍ବୀକାର କରିବାକୁ କୁଣ୍ଠା କରିଥିଲେ ମଧ୍ୟ ଏକଥାକୁ ସ୍ବୀକାର କରିଛି ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ (ଏଲ୍‌ଇଟି)ର ଜଣେ କମାଣ୍ଡର ହାଫିଜ ଅବଦୁଲ ରୌଫ। ଆମେରିକା ଦ୍ବାରା ବିଶ୍ବ ଆତଙ୍କବାଦୀ ଘୋଷିତ ହୋଇଥିବା ରୌଫ ଏକ କାର୍ଯ୍ୟକ୍ରମରେ କହିଛି ଯେ ଏହା ଅତି ବଡ଼ ଆକ୍ରମଣ ଥିଲା ଏବଂ ଏଥିରେ ମୁରିଦ୍‌କେରେ ଥିବା ଏଲ୍‌ଇଟି ଆତଙ୍କବାଦୀ ଗୋଷ୍ଠୀର ମୁଖ୍ୟକେନ୍ଦ୍ର ପୂରା ଦୋହଲି ଯାଇଥିଲା। ଏଲ୍‌ଇଟି ଆତଙ୍କବାଦୀ ‌ଗୋଷ୍ଠୀର ମୁଖ୍ୟାଳୟ ‘ମରକଜ-ଏ-ତଏବା’ ମାଟିରେ ମିଶି ଯାଇଥିଲା। 

ରୌଫ କହିଛି, ମେ’ ୬-୭ ତାରିଖ ଆକ୍ରମଣରେ ଏହା ଭୁଶୁଡ଼ି ପଡ଼ିଛି। ଉଲ୍ଲେଖଯୋଗ୍ୟ, ଲସ୍କରର ଅପରେସନାଲ କମାଣ୍ଡର ରୌଫ ପିଓକେରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ରେ ଆତଙ୍କବାଦୀଙ୍କୁ ତାଲିମ ଦେବା କାର୍ଯ୍ୟରେ ସମ୍ପୃକ୍ତ ଥିଲା। ରୌଫର ଏହି ସ୍ବୀକାରୋକ୍ତିକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। କାରଣ ପୂର୍ବରୁ ସେ ଅପ‌ରେସନ୍‌ ସିନ୍ଦୂରରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ସମ୍ପୃକ୍ତ ଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଉଲ୍ଲେଖଯୋଗ୍ୟ, ୨୦୨୫ ଏପ୍ରିଲରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇ ଭାରତ ଅପରେସନ୍‌ ସିନ୍ଦୂର ଆରମ୍ଭ କରିଥିଲା। ଭାରତ ଦ୍ବାରା ଅପ‌ରେସନ ସିନ୍ଦୂର ଆରମ୍ଭ ହେବାପରେ ଭାରତ -ପାକିସ୍ତାନ ମଧ୍ୟରେ ଏକ ଯୁଦ୍ଧ ସ୍ଥିତି ଉପୁଜିଥିଲା ଏବଂ ଏଥିପାଇଁ ପାକିସ୍ତାନ ଚୀନ୍‌ ଅସ୍ତ୍ର ବ୍ୟବହାର କରିଥିଲା ବୋଲି ରୌଫ ସ୍ବୀକାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe