ପାକିସ୍ତାନର ଆର୍ମି ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ ପକ୍ଷରୁ ଘୋରୀ କ୍ଷେପଣାସ୍ତ୍ରର ପରୀକ୍ଷଣ

Advertisment
ପାକିସ୍ତାନର ଆର୍ମି ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ ପକ୍ଷରୁ ଘୋରୀ କ୍ଷେପଣାସ୍ତ୍ରର ପରୀକ୍ଷଣ

ଇସଲାମବାଦ: ସୋମବାର ଦିନ ପାକିସ୍ତାନ ଘୋରୀ ମିଶାଇଲ ସିଷ୍ଟର ପୁଣି ଥରେ ପରୀକ୍ଷଣ କରିଛି। ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରି ପାରୁଥିବା କ୍ଷମତା ରଖିଥିବା ଘୋରୀ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ପାକିସ୍ତାନ ରାଷ୍ଟ୍ରପତି ଡା. ଆରଫି ଆଲଭି ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହାକୁ ସ୍ୱାଗତ କରିଛନ୍ତି। ଗୋଟିଏ ପଟେ ପାକିସ୍ତାନ ରାଷ୍ଟ୍ରପତି ଇମ୍ରାନ ଖାଁ ଶାନ୍ତି କଥାବାର୍ତ୍ତା କଥା କହୁଥିବା ବେଳେ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖୁଥିବା ଘୋରି କ୍ଷେପଣାସ୍ତ୍ରର ପରୀକ୍ଷଣକୁ ସମର୍ଥନ କରିବା ତାଙ୍କ ଅସଲ ଚେହେରାକୁ ପଦାରେ ପକାଇ ଦେଇଛି ବୋଲି ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ସୋମବାର ଦିନ ୧୩ଶହ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ରଖିଥିବା ଘୋରି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ଇଣ୍ଟର ସର୍ଭିସେସ ପବ୍ଲିକ ରିଲେସନ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଘୋରୀ କ୍ଷେପଣାସ୍ତ୍ର ବ୍ୟବହାରିକ ଓ ବୈଷୟିକ ପ୍ରସ୍ତୁତି ପାଇଁଏହାର ପରୀକ୍ଷଣ ଆର୍ମି ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ ପକ୍ଷରୁ କରାଯାଇଛି।
ଆର୍ମି ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ମିଆଁ ମହମ୍ମଦ ହିଲାଲ ହୁସେନ୍‌ ଙ୍କ ସହିତ ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକମାନଙ୍କ ଉପସ୍ଥିତିରେ ଏହାର ପରୀକ୍ଷଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe