ପାକିସ୍ତାନ: ଦୁର୍ଘଟଣା ପୂର୍ବରୁ ବିମାନ ୩ ଥର ଦୋହଲି ଯାଇଥିଲା

Advertisment
ପାକିସ୍ତାନ: ଦୁର୍ଘଟଣା ପୂର୍ବରୁ ବିମାନ ୩ ଥର ଦୋହଲି ଯାଇଥିଲା

The Financial Express

କରାଚି: ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍‌ସର ଏୟାରବସ୍‌ ଏ-୩୨୦ ବିମାନ ଗତକାଲି ଦୁର୍ଘଟଣା ହେବା ପୂର୍ବରୁ ଆକାଶରେ ୩ ଥର ଦୋହଲି ଯାଇଥିଲା ବୋଲି ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣେ ଯାତ୍ରୀ ମହମ୍ମଦ ଜୁବେର କହିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ବିମାନରେ ଥିବା ମୋଟ ୯୯ ଯାତ୍ରୀଙ୍କ ମଧ୍ୟରୁ ଜୁବେରଙ୍କ ସମେତ ଆଉ ଜଣେ ଯାତ୍ରୀ ମୃତ୍ୟୁ କବଳରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏହି ବିମାନ ଦୁର୍ଘଟଣାରେ ୯୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା।

ବିମାନଟି ଆକାଶରେ ଉଡୁଥିବାବେଳେ ୩ ଥର ଦୋହଲି ଯାଇଥିଲା। ମାତ୍ର ଏହାର ପାଇଲଟ ଦକ୍ଷତାର ସହ ବିମାନଟିକୁ ଅବତରଣ କରାଇବାକୁ ଉଦ୍ୟମ କରିଥିଲେ। ପାଇଲଟ ଉକ୍ତ ବିମାନକୁ ସଫଳତାର ସହ ଅବତରଣ କରାଇ ପାରିଥିଲେ। ମାତ୍ର ଅବତରଣ କରିବାର ଗୋଟିଏ ମିନିଟ୍‌ ପୂର୍ବରୁ କରାଚିସ୍ଥିତ ଜିନ୍ନା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନିକଟସ୍ଥ ଜିନ୍ନା ଗାର୍ଡେନରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଗଲା। ଏହା ଦୁର୍ଭାଗ୍ୟଜନକ ବୋଲି ଜୁବେର କହିଛନ୍ତି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିବ ବୋଲି କେହି ବିଶ୍ବାସ କରିପାରୁ ନଥିଲେ ବୋଲି ଜୁବେର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe