ଭାରତରୁ ପୋଲିଓ ମାର୍କର କିଣିବ ପାକିସ୍ତାନ

Advertisment
ପଲସ୍ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ, ଚଳିତ ମାସ ୧୭ରେ ଦିଆଯିବ

Prokerala.com

ଇସ୍‌ଲାମାବାଦ : କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ସହ ସମସ୍ତ ବ୍ୟବସାୟିକ ସଂପର୍କ ଛିନ୍ନ କରିଥିବା ପାକିସ୍ତାନର ଏବେ ଚେତା ପଶିଛି। ଭାରତ ସହ ବ୍ୟବସାୟିକ କାରବାର ବନ୍ଦ କରିବା ପରେ ସବୁ କ୍ଷେତ୍ରରେ ପାକିସ୍ତାନକୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି। ପୋଲିଓ ମାର୍କର୍‌ ସମେତ ୮୯ଟି ଅତ୍ୟାବଶ୍ୟକ ଔଷଧ ଭାରତରୁ ଅପେକ୍ଷାକୃତ ଶସ୍ତା ଦରରେ ପୂର୍ବରୁ ପାଉଥିବା ପାକିସ୍ତାନ ଏବେ ଏଥିପାଇଁ ବିଶେଷ କ୍ଷତି ସହୁଥିବାରୁ ନିଜର ଆଭିମୁଖ୍ୟ ବଦଳାଇ ଦେଇଛି। ଭାରତରୁ ପୋଲିଓ ମାର୍କର ଏବଂ ଅତ୍ୟାବଶ୍ୟକ ଔଷଧ ଆମଦାନି ପାଇଁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି। କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ପାକିସ୍ତାନ ୮ ଲକ୍ଷ ପୋଲିଓ ମାର୍କର ଖରିଦ୍‌ ପାଇଁ ନିଷ୍ପତ୍ତି ନେଇଥିଲା। ତେବେ ଧାରା ୩୭୦ ଉଚ୍ଛେଦ ପରେ ଏହି କ୍ରୟ ଚୁକ୍ତି ରଦ୍ଦ ହୋଇଥିଲା। ଶୋଚନୀୟ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଅନ୍ୟ ଦେଶରୁ ଏହା ଖରିଦ୍‌ କରି ଅଯଥା ଖର୍ଚ୍ଚାନ୍ତ ହେବାକୁ ଚାହୁନଥିବାରୁ ଏବେ ଭାରତ ଉପରେ ହିଁ ନିର୍ଭର କରିବାକୁ ବାଧ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe