‘ଏଫ୍‌ଏଟିଏଫ୍‌’ର ଧୂସର ତାଲିକାରେ ରହିବ ପାକିସ୍ତାନ

Advertisment
‘ଏଫ୍‌ଏଟିଏଫ୍‌’ର ଧୂସର ତାଲିକାରେ ରହିବ ପାକିସ୍ତାନ

Image Courtesy of Hindustan Times

ନୂଆଦିଲ୍ଲୀ: ପାକିସ୍ତାନକୁ ଧୂସର ତାଲିକାରେ ରଖାଯିବ ବୋଲି ‘ଫାଇନାନ୍‌ସିଆଲ୍‌ ଆକ୍ସନ୍‌ ଟାସ୍କ୍‌ ଫୋର୍ସ’ (ଏଫ୍‌ଏଟିଏଫ୍‌)ର ‘ପ୍ଲିନେରି ସେସନ୍‌’ରେ ସ୍ଥିର କରାଯାଇଛି। ‘ଏଫ୍‌ଏଟିଏଫ୍‌’ ନିର୍ଦ୍ଧାରଣ କରିଥିବା ୨୭ଟି ଗାଇଡ୍‌ଲାଇନ୍‌କୁ ଇସ୍‌ଲାମାବାଦ ପାଳନ କରି ନ ପାରିବାରୁ ଏ ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

କିନ୍ତୁ, ପାକିସ୍ତାର ଭଲ କାର୍ଯ୍ୟଗୁଡ଼ିକୁ ସଦସ୍ୟମାନେ ବିଚାର କରିବା ଉଚିତ ବ‌ୋଲି ‘ଏଫ୍‌ଏଟିଏଫ୍‌’ର ବୈଠକରେ ତୁର୍କୀ ପ୍ରସ୍ତାବ ଆଗତ କରିଥିଲା। ତୁର୍କୀ ଆହୁରି ମଧ୍ୟ ପ୍ରସ୍ତାବ ଦେଇଥିଲା ଯେ ନିର୍ଦ୍ଧାରଣ କରାଯାଇଥିବା ୨୭ଟି ଗାଇଡ୍‌ଲାଇନ୍ ପୂରଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ପରିବର୍ତ୍ତେ ‘ଏଫ୍‌ଏଟିଏଫ୍‌’ ପାକିସ୍ତାନକୁ ଏକ ଟିମ୍‌ ପଠାଇ ନିଜର ମୂଲ୍ୟାୟନ ଚୂଡ଼ାନ୍ତ କରିବା ଉଚିତ।

publive-image Image Courtesy of India Today

କିନ୍ତୁ, ‘ଏଫ୍‌ଏଟିଏଫ୍‌’ ୩୮ ସଦସ୍ୟଙ୍କ ମଧ୍ୟରୁ କେହି ତୁର୍କୀର ପ୍ରସ୍ତାବକୁ ସମର୍ଥନ କରି ନ ଥିଲେ। ଏହି ସଦସ୍ୟମାନଙ୍କ ମଧ୍ୟରେ ଅଛନ୍ତି ପାକିସ୍ତାନର ଘନିଷ୍ଠ ମିତ୍ର ଚୀନ୍, ମାଲେସିଆ ଏବଂ ସାଉଦି ଆରବ।

୨୦୨୧ ଫେବ୍ରୁଆରିରେ ପରବର୍ତ୍ତୀ ସମୀକ୍ଷା ହେବା ପର୍ଯ୍ୟନ୍ତ ପାକିସ୍ତାନକୁ ଧୂସର ତାଲିକାରେ ରଖିବା ନିମନ୍ତେ ‘ଏଫ୍‌ଏଟିଏଫ୍‌’ ସ୍ଥିର କରିଛି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୨୦୨୦ ସୁଦ୍ଧା ‘ଏଫ୍‌ଏଟିଏଫ୍‌’ର କଳା ତାଲିକାରେ ଥିବା ମାତ୍ର ଦୁଇଟି ଦେଶ ହେଉଛନ୍ତି ଉତ୍ତର କୋରିଆ ଓ ଇରାନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe