ବିଦ୍ରୋହୀଙ୍କ କବଳରୁ ଖସି ଆସିଥିବା ପୁଲିସ ଅଧିକାରୀ ବଖାଣିଲେ ଭୟାବହ ଅନୁଭୂତି

Advertisment

ଜଣେ ପୁଲିସ ଅଧିକାରୀ ନିଜର ନାମ ଗୋପନ ରଖି ସମଗ୍ର ଘଟଣାକୁ ବର୍ଣ୍ଣନା କରି କହିଛନ୍ତି,'ଯାତ୍ରା ସମୟରେ ହଠାତ୍ ରେଳ ଟ୍ରାକରେ ବିସ୍ଫୋରଣ ହୋଇଥିଲା ଏବଂ ଟ୍ରେନ୍ ଅଟକି ଯାଇଥିଲା।

ଜଣେ ପୁଲିସ ଅଧିକାରୀ ନିଜର ନାମ ଗୋପନ ରଖି ସମଗ୍ର ଘଟଣାକୁ ବର୍ଣ୍ଣନା କରି କହିଛନ୍ତି,'ଯାତ୍ରା ସମୟରେ ହଠାତ୍ ରେଳ ଟ୍ରାକରେ ବିସ୍ଫୋରଣ ହୋଇଥିଲା ଏବଂ ଟ୍ରେନ୍ ଅଟକି ଯାଇଥିଲା।

4124

ଇସ୍ଲାମାବାଦ: ଗତମଙ୍ଗଳବାର ଅପରାହ୍ନରେ ବଲୁଚିସ୍ତାନ ପ୍ରଦେଶର ଏକ ଦୁର୍ଗମ ସୀମାନ୍ତ ଜିଲ୍ଲାରେ ବଲୁଚ ମୁକ୍ତି ସେନା(ବିଏଲ୍ଏ) ଜାଫର୍ ଏକ୍ସପ୍ରେସକୁ ଅପହରଣ କରିନେଇଥିଲା। ଏହି ଏକ୍ସପ୍ରେସରେ ୪୫୦ରୁ ଅଧିକ ଯାତ୍ରୀ ଥିଲେ।

ପାକିସ୍ତାନ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଟ୍ରେନରେ ଥିବା ସମସ୍ତ ୩୪୬ ଜଣ ପଣବନ୍ଦୀ ମୁକ୍ତ ହେବା ସହ ଏହି ଅପରେସନ ଶେଷ ହୋଇଛି। ସେନା କାର୍ଯ୍ୟାନୁଷ୍ଠାନରେ ୩୩ ବଲୁଚ ବିଦ୍ରୋହୀ ନିପାତ ହୋଇଥିବା ବେଳେ ଟ୍ରେନରେ ୨୮ ଜଣ ସୈନିକ ଏବଂ ୨୧ ଯାତ୍ରୀଙ୍କୁ ବିଦ୍ରୋହୀମାନେ ହତ୍ୟା କରିଛନ୍ତି। 

ଜୀବନ ବଞ୍ଚାଇ ଫେରି ଆସିଥିବା ଜଣେ ପୁଲିସ ଅଧିକାରୀ ନିଜର ନାମ ଗୋପନ ରଖି ସମଗ୍ର ଘଟଣାକୁ ବର୍ଣ୍ଣନା କରି କହିଛନ୍ତି,'ଯାତ୍ରା ସମୟରେ ହଠାତ୍ ରେଳ ଟ୍ରାକରେ ବିସ୍ଫୋରଣ ହୋଇଥିଲା ଏବଂ ଟ୍ରେନ୍ ଅଟକି ଯାଇଥିଲା। କିଛି ମୁହୂର୍ତ୍ତ ମଧ୍ୟରେ ଆଖପାଖ ପାହାଡ଼ରୁ ବିଦ୍ରୋହୀମାନେ ବାହାରି ଆସି ଲଗାତାର ଗୁଳି ଏବଂ ରକେଟ ମାଡ଼ କରିବା ଆରମ୍ଭ କରି ଦେଇଥିଲେ। ସେଠାରେ ଆମେ ପ୍ରାୟ ୭୫ ଜଣ ପୁଲିସ ଥିଲୁ। ଫ୍ରଣ୍ଟିୟର୍ କାର୍ପ୍ସର ଦୁଇଜଣ ଯବାନ ମଧ୍ୟ ଆମ ସହିତ ଥିଲେ।

ଯେତେବେଳେ ଆମେ ଦେଖିଲୁ ଯେ ସେମାନେ ଟ୍ରେନ୍ ଆଡକୁ ମାଡ଼ି ଆସୁଛନ୍ତି, ଆମେ ସମସ୍ତେ ନିଷ୍ପତ୍ତି ନେଇଥିଲୁ ଯେ ଆମେ ସେମାନଙ୍କୁ ଯଥାସମ୍ଭବ ଅଟକାଇବୁ। ଗୁଳି ଆମ ପାଖରେ ସୀମିତ ଥିଲା, ତେଣୁ ଆମେ ସେଗୁଡ଼ିକୁ ଉପଯୁକ୍ତ ଭାବରେ ବ୍ୟବହାର କରିବାକୁ ଯୋଜନା କରିଥିଲୁ। ଆମେ ଗୋଟିଏ ପରେ ଗୋଟିଏ ଗୁଳି ଚଳାଇଲୁ। ବିଦ୍ରୋହୀମାନଙ୍କୁ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ୍‌ରୁ ଦୂରରେ ରଖିଥିଲୁ। କିନ୍ତୁ ଗୁଳି ଯେତେବେଳେ ଆମ ପାଖରୁ ‌ଶେଷ ହୋଇଯାଇଥିଲା ସେମାନେ ଟ୍ରେନକୁ ଅକ୍ତିଆର କରି ନେଇଥିଲେ।

ବିଏଲଏ ବିଦ୍ରୋହୀମାନେ ଟ୍ରେନ୍ ଅକ୍ତିଆର କରିବାପରେ ପ୍ରଥମେ ସେମାନେ ପୁଲିସକର୍ମୀଙ୍କୁ ବାନ୍ଧି ଦେଇଥିଲେ। ତା’ପରେ ଯାତ୍ରୀମାନଙ୍କୁ ଟ୍ରେନ୍‌ରୁ ଓହ୍ଲାଇବା ଆରମ୍ଭ କରିଥିଲେ। ସମସ୍ତଙ୍କ ପରିଚୟପତ୍ର ଯାଞ୍ଚ କରିଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe