ପାକିସ୍ତାନ ଟ୍ରେନ୍‌ ଅପହରଣ ମାମଲା: ୫୦ ପଣବନ୍ଦୀଙ୍କୁ ହତ୍ୟା, ଅବଶିଷ୍ଟ ପଣବନ୍ଦୀ ମୁକ୍ତ, ୩୩ ବିଦ୍ରୋହୀ ନିହତ

Advertisment

ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ବଲୁଚ ବିଦ୍ରୋହୀଙ୍କ ଦ୍ୱାରା ବନ୍ଧକ ରଖାଯାଇଥିବା ସମସ୍ତ ଟ୍ରେନ୍ ଯାତ୍ରୀଙ୍କୁ ଆଜି ରାତିରେ ମୁକ୍ତ କରାଯାଇଛି। ପାକିସ୍ତାନ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଟ୍ରେନ୍‌ରେ ଥିବା ସମସ୍ତ ୩୪୬ ଜଣ....

ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ବଲୁଚ ବିଦ୍ରୋହୀଙ୍କ ଦ୍ୱାରା ବନ୍ଧକ ରଖାଯାଇଥିବା ସମସ୍ତ ଟ୍ରେନ୍ ଯାତ୍ରୀଙ୍କୁ ଆଜି ରାତିରେ ମୁକ୍ତ କରାଯାଇଛି। ପାକିସ୍ତାନ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଟ୍ରେନ୍‌ରେ ଥିବା ସମସ୍ତ ୩୪୬ ଜଣ....

sscsssc

ଇସ୍‌ଲାମାବାଦ: ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ବଲୁଚ ବିଦ୍ରୋହୀଙ୍କ ଦ୍ୱାରା ବନ୍ଧକ ରଖାଯାଇଥିବା ସମସ୍ତ ଟ୍ରେନ୍ ଯାତ୍ରୀଙ୍କୁ ଆଜି ରାତିରେ ମୁକ୍ତ କରାଯାଇଛି। ପାକିସ୍ତାନ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଟ୍ରେନ୍‌ରେ ଥିବା ସମସ୍ତ ୩୪୬ ଜଣ ପଣବନ୍ଦୀ ମୁକ୍ତ ହେବା ସହ ଏହି ଅପରେସନ ଶେଷ ହୋଇଛି। ସେନା କାର୍ଯ୍ୟାନୁଷ୍ଠାନରେ ୩୩ ବଲୁଚ ବିଦ୍ରୋହୀ ନିପାତ ହୋଇଥିବା ବେଳେ ଟ୍ରେନ୍‌ରେ ୨୮ ଜଣ ସୈନିକ ଏବଂ ୨୧ ଯାତ୍ରୀଙ୍କୁ ବିଦ୍ରୋହୀମାନେ ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ବଲୁଚିସ୍ତାନ ପ୍ରଦେଶର ଏକ ଦୁର୍ଗମ ସୀମାନ୍ତ ଜିଲ୍ଲାରେ ବଲୁଚ ମୁକ୍ତି ସେନା(ବିଏଲ୍‌ଏ) ଜାଫର୍‌ ଏକ୍ସପ୍ରେସ୍‌କୁ ଅପହରଣ କରିନେଇଥିଲା ଏବଂ ଏଥିରେ ୪୫୦ରୁ ଅଧିକ ଯାତ୍ରୀ ଥିଲେ।

ଅନ୍ୟପକ୍ଷରେ ବଲୁଚ ବିଦ୍ରୋହୀମାନେ ଆଜି ୫୦ ପଣବନ୍ଦୀଙ୍କୁ ହତ୍ୟା କରିଥିବା ଦାବି କରିଛନ୍ତି। ବଲୁଚ ମୁକ୍ତି ‌ସେନା (ବିଏଲ୍‌ଏ) ଏକ ବିବୃତିରେ କହିଛି ଯେ ବଲୁଚ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ପାକିସ୍ତାନ ସରକାର ଆଗ୍ରହ ନ ଦେଖାଇବାରୁ ଏହି ପଦକ୍ଷେପ ନିଆଯାଇଛି। ଆମ ପାଖରେ ଏବେ ବି ୧୫୦ ପଣବନ୍ଦୀ ଅଛନ୍ତି ଏବଂ ସେମାନଙ୍କୁ ହତ୍ୟା କରାଯିବ ବୋଲି ବିଏଲ୍‌ଏ ଚେତାବନୀ ଦେଇଛି। ବଲୁଚ ବିଦ୍ରୋହୀଙ୍କ କବଳରୁ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ନେଇ ପାକ୍‌ ସେନାର ଘୋଷଣା ପରେ ବିଦ୍ରୋହୀଙ୍କ ଏଭଳି ବୟାନ ଦ୍ବନ୍ଦ୍ବ ସୃଷ୍ଟି କରିଛି। ପ୍ରାୟ ୭୦ ଜଣ ବଲୁଚ ବିଦ୍ରୋହୀ ଆଜି ପାକ୍‌ ସେନା ସହ ମୁକାବିଲା କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩୩ ଜଣ ନିହତ ହୋଇଥିବା ବେଳେ ଅନ୍ୟମାନେ କିଛି ପଣବନ୍ଦୀଙ୍କୁ ନେଇ ଖସିଯିବାରେ ସକ୍ଷମ ହୋଇଥିବା କୁହାଯାଉଛି ।

ବିଏଲ୍‌ଏ କହିଛି ଯେ ଆମ ସର୍ତ୍ତ ପୂରଣ ନହେଲେ ସମସ୍ତ ପଣବନ୍ଦୀଙ୍କୁ ବଲୁଚ ଜାତୀୟ ଅଦାଲତରେ ହାଜର କରାଯିବ ଏବଂ ସେଠାରେ ସେମାନଙ୍କ ମୃତ୍ୟୁଦଣ୍ଡ ସୁନିଶ୍ଚିତ ହେବ। ୫୦ ପଣବନ୍ଦୀଙ୍କୁ ହତ୍ୟା କରିଥିବା ନେଇ ବିଏଲ୍‌ଏର ଦାବି ନେଇ ଏବେ ଯାଞ୍ଚ ଚାଲିଛି ଏବଂ ଖୁବ୍‌ଶୀଘ୍ର ସେନାର କମ୍ବିଂ ଅପରେସନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆଜି ରାତିରେ କ୍ବେଟା ରେଳ ଷ୍ଟେସନରେ ୨୦୦ରୁ ଅଧିକ କଫିନ୍‌ ପହଞ୍ଚିଥିବାରୁ ଏହାକୁ ନେଇ ହଇଚଇ ଆରମ୍ଭ ହୋଇଯାଇଛି। ପାକ୍‌ ସେନା ପକ୍ଷରୁ ମୃତ୍ୟୁସଂଖ୍ୟା ନେଇ ତଥ୍ୟ ଜାରି ହୋଇଥିଲେ ମଧ୍ୟ ବାସ୍ତବ ସ୍ଥିତି କ’ଣ ତାହା ଏବେ ବି ସାମ୍ନାକୁ ଆସିନାହିଁ ବୋଲି କୁହାଯାଉଛି । ଟ୍ରେନ୍‌କୁ ବିଦ୍ରୋହୀଙ୍କ କବ୍‌ଜାରୁ ମୁକ୍ତ କରିବା ପାଇଁ ଆଜି ପାକ୍‌ ସେନା ବିଶାଳ ଅପରେସନ ଆରମ୍ଭ କରିଥିଲା। ଦୂରରୁ ସ୍ନାଇପରଙ୍କ ଦ୍ବାରା କେତେକ ବିଦ୍ରୋହୀମାନଙ୍କୁ ନିପାତ କରିବା ପରେ ‌ସୈନିକମାନେ ଟ୍ରେନ୍‌ର ନିକଟତର ହୋଇଥିଲେ ଏବଂ ଗୋଟିଏ ପରେ ଗୋଟିଏ ବଗିକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe