ପାକିସ୍ତାନ ଆକାଶପଥରେ ମୋଦୀଙ୍କ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିଲା ନାହିଁ

Advertisment
ସାହସ ଥିଲେ କଶ୍ମୀରରେ ପୁଣି ଧାରା ୩୭୦ ଲାଗୁ କରି ଦେଖାଅ : ବିରୋଧୀ ଦଳଙ୍କୁ ମୋଦୀଙ୍କ ଚ୍ୟାଲେଞ୍ଜ

Hindustan Times

ନୂଆଦିଲ୍ଳୀ: ପାକିସ୍ତାନର ଆକାଶପଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଉଡ଼ାଣ ପାଇଁ ପାକିସ୍ତାନକୁ ଅନୁମତି ମାଗିଥିଲା ଭାରତ। ମାତ୍ର ପାକିସ୍ତାନ ଅନୁମତି ଦେଇନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯିବେ। ମୋଦୀଙ୍କ ବିମାନ ପାକ୍‌ ଆକାଶପଥ ଦେଇ ଯିବାର ଯୋଜନା ଥିବା ହେତୁ ଭାରତ ପକ୍ଷରୁ ପାକିସ୍ତାନକୁ ଅନୁମତି ମଗାଯାଇଥିଲା। ସେପ୍ଟେମ୍ବର ୨୧ରୁ ୨୭ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ କରିବାର ଯୋଜନା ରହିଛି।

publive-image The Indian Express

ପୂର୍ବରୁ ବି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିମାନ ଆଇସ୍‌ଲାଣ୍ଡ୍‌ ଯିବାକୁ ଥିବା ବେଳେ ପାକ୍‌ ଆକାଶପଥରେ ଉଡ଼ାଣ ପାଇଁ ଭାରତ ଅନୁମତି ମାଗିଥିଲା। ମାତ୍ର କୋବିନ୍ଦଙ୍କ ବିମାନ ଉଡ଼ାଣକୁ ଅନୁମତି ଦେଇନଥିଲା ପାକ୍‌। ଏବେ ମଧ୍ୟ ଅନୁରୂପ ଘଟଣା ଘଟିଛି।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୧୪ ତାରିଖରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ପକ୍ଷରୁ ପୁଲଓ୍ଵାମା ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ନିକଟରେ ସେପ୍ଟେମ୍ବର ୫ ତାରିଖରେ ଭାରତ ସରାକାର ଜମ୍ମୁ-କଶ୍ମୀରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଏହି ଉତ୍ତେଜନା ଆହୁରି ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe