ndtv
ନୂଆଦିଲ୍ଲୀ: ୟୁ-ଟର୍ଣ୍ଣ ମାରିଲା ପାକିସ୍ତାନ। ଗତକାଲି ନେଇଥିବା ନିଷ୍ପତ୍ତିକୁ ଆଜି ପାକିସ୍ତାନ ଫେରାଇ ନେଇଛି। ବିରୋଧୀଦଳମାନେ ସମାଲୋଚନା କରିବା ପରେ ଆଜି ନିଜର ନିଷ୍ପତ୍ତି ବଦଳାଇଛନ୍ତି ପାକ୍ ସରକାର। ପ୍ରାୟ ଦୁଇ ବର୍ଷ ପରେ ପୁନର୍ବାର ଭାରତରୁ ତୁଳା ଓ ଚିନି ଆମଦାନି କରିବାକୁ ନିଷ୍ପତ୍ତି ନେଇଥିଲେ ଇମ୍ରାନ୍ ଖାଁଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାର। କିନ୍ତୁ ଆଜି କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଭାରତରୁ କୌଣସି ଉତ୍ପାଦ ଆମଦାନି କରାଯିବ ନାହିଁ ବୋଲି କହିଛନ୍ତି ପାକର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରସିଦ ଅହମ୍ମଦ।
ଗତକାଲି ପାକିସ୍ତାନର ଅର୍ଥମନ୍ତ୍ରୀ ହମ୍ମାଦ୍ ଆଝାର ଘୋଷଣା କରିଥିଲେ ଯେ, ଭାରତରୁ ୦.୫ ନିୟୁତ ଟନ୍ ଧଳାଚିନି ଓ ତୁଳା ଆମଦାନି କରିବା ଲାଗି ‘ପାକିସ୍ତାନ ଇକୋନମିକ୍ କୋଅର୍ଡିନେସନ୍ କମିଟି’ ନିଷ୍ପତ୍ତି ନେଇଛି। ଏବର୍ଷ ଦେଶରେ (ପାକିସ୍ତାନ) ଭଲ ଫସଲ ହୋଇ ନ ଥିବାରୁ ଭାରତରୁ ଏ ସବୁ ଆମଦାନି କରିବାକୁ ସ୍ଥିର କରାଯାଇଛି। ଏହି ନିଷ୍ପତ୍ତି ନିଆଯିବା ପରେ ବିରୋଧୀଦଳମାନେ ଇମ୍ରାନ୍ ଖାଁଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାରକୁ ସମାଲୋଚନା କରିବା ଆରମ୍ଭ କରିଥିଲେ।
KNN Indiaଉଲ୍ଲେଖଯୋଗ୍ୟ, ୨୦୧୯ ଅଗଷ୍ଟରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ତାହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ପାକିସ୍ତାନ ଭାରତ ସହ ବ୍ୟାବସାୟିକ ସମ୍ପର୍କ ଛିନ୍ନ କରିଥିଲା।
Follow Us