Image Courtesy of Hindustan Times
ଶ୍ରୀନଗର: କେନ୍ଦ୍ରଶାସିତ ରାଜ୍ୟ ଜମ୍ମୁ-କାଶ୍ମୀରକୁ ଡ୍ରୋନ୍ ଯୋଗେ ଅସ୍ତ୍ରଶସ୍ତ୍ର ସହ ଗୋଳା ବାରୁଦ ପଠାଇବାକୁ ପାକିସ୍ତାନ ଉଦ୍ୟମ କରୁଛି। ଜମ୍ମୁ-କାଶ୍ମୀରର ପୁଲିସ ମହାନିର୍ଦ୍ଦେଶକ (ଡିଜି) ଦିଲ୍ବାଗ ସିଂହ ଆଜି ଏହି ସୂଚନା ଦେଇଛନ୍ତି। ଡିଜି କହିଛନ୍ତି, ଜମ୍ମୁ-କାଶ୍ମୀରରେ ଏବେ ପାଖାପାଖି ଦୁଇ ଶହ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ଚଳିତ ବର୍ଷ ସୀମା ପାର ହୋଇ ମାତ୍ର ୨୬ ଆତଙ୍କବାଦୀ ଏହି ରାଜ୍ୟକୁ ପ୍ରବେଶ କରିଛନ୍ତି। ଏହି ଆତଙ୍କବାଦୀମାନଙ୍କ ନିକଟକୁ ଡ୍ରୋନ୍ ଜରିଆରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ପଠାଇବାକୁ ପାକିସ୍ତାନ ଯୋଜନା କରୁଛି। ଗତ କିଛିଦିନ ମଧ୍ୟରେ କୁପୱାଡା, ହୀରାନଗର, କାଠୁଆ ଏବଂ ରାଜୌରୀରେ ଏହିଭଳି କେତେକ ଘଟଣା ଆମ ନଜରକୁ ଆସିଛି ବୋଲି ଡିଜି କହିଛନ୍ତି। ଜମ୍ମୁ-କାଶ୍ମୀରକୁ ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ ସୀମାରେ ଗୁଳି ଓ ବୋମା ଫୁଟାଇ ଆତଙ୍କ ସୃଷ୍ଟି କରିଥାଏ। ଏହାର ସୁଯୋଗ ନେଇ ଆତଙ୍କବାଦୀମାନେ ରାଜ୍ୟକୁ ଅନୁପ୍ରବେଶ କରିଥାନ୍ତି।
Follow Us