ଜାନୁଆରିରେ ଭାରତ- ପାକ୍‌ ସୀମାନ୍ତରେ ୨୧୬ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍‌ ସେନା

Advertisment
ଜାନୁଆରିରେ ଭାରତ- ପାକ୍‌ ସୀମାନ୍ତରେ ୨୧୬ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍‌ ସେନା

ନୂଆଦିଲ୍ଲୀ: ଭାରତ- ପାକ୍‌ ସୀମାନ୍ତର ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ପାକ୍‌ ସେନା ଗତ ଜାନୁଆରି ମାସରେ ୨୧୬ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜାଣିବାକୁ ମିଳିଛି। ଜାନୁଆରି ମାସରେ ପାକ୍‌ ସେନା ଦ୍ୱାରା ହୋଇଥିବା ଏହି ସମସ୍ତ ଅସ୍ତ୍ର ବିରତି ଘଟଣାରେ ଜଣେ ବିଏସ୍‌ଏଫ୍‌ ଯବାନ ସହିଦ୍‌ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ବିଏସ୍‌ଏଫ୍‌ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି।

ଏ ନେଇ ଆଜି ଭାରତ ପାକିସ୍ତାନ ନିକଟରେ ନିଜର ଗଭୀର ଅସନ୍ତୋଷ ବ୍ୟକ୍ତ କରିଛି। ବାରମ୍ବାର ନିଜ ପ୍ରତିଶ୍ରୁତି ଭଙ୍ଗ କରିବା ସହ ସୀମାରେ ପାକ୍‌ ସେନା ଦ୍ୱାରା କରା ଯାଉଥିବା ଅସ୍ତ୍ରବିରତି ଘଟଣାରେ ଭାରତ ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଉଭୟ ଦେଶର ଡିଜିଏମ୍‌ଓ ସ୍ତରୀୟ ଆଲୋଚନାରେ ପାକିସ୍ତାନ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିଶ୍ରୁତି ଦେଇ ପ୍ରଥମେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ବୋଲି ଭାରତ ଅଭିଯୋଗ କରିଛି।

publive-image

ପ୍ରସଙ୍ଗକ୍ରମେ ଉଲ୍ଲେ୍‌ଖଯୋଗ୍ୟ, ଗତ ୨୦୧୮ରେ ଏଲ୍‌ଓସିରେ ପାକ୍‌ ସେନା ୨୧୪୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହି ସମସ୍ତ ଅସ୍ତ୍ର ବିରତି ଘଟଣାରେ ୧୪ ବିଏସ୍‌ଏଫ୍‌ ଯବାନ ସହିଦ୍‌ ହୋଇଥିବା ବେଳେ ଅନ୍ୟ ୫୩ ଜଣ ବିଏସ୍‌ଏଫ୍‌ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe