ଜମ୍ମୁ କଶ୍ମୀର: ନିୟନ୍ତ୍ରଣ ରେଖା ନିକଟ ନୌସେରା ସେକ୍ଟରରେ ପାକିସ୍ତାନୀ ଗୁଳିରେ ସାଧାରଣ ନାଗରିକଙ୍କ ମୃତ୍ୟୁ

Advertisment
ଜମ୍ମୁ କଶ୍ମୀର: ନିୟନ୍ତ୍ରଣ ରେଖା ନିକଟ ନୌସେରା ସେକ୍ଟରରେ ପାକିସ୍ତାନୀ ଗୁଳିରେ ସାଧାରଣ ନାଗରିକଙ୍କ ମୃତ୍ୟୁ

ଜମ୍ମୁ: ପାକିସ୍ତାନୀ ଗୁଳିରେ ବୁଧବାର ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ନିୟନ୍ତ୍ରଣ ରେଖା ନିକଟ (ଏଲ୍‌ଓସି) ରାଜୌରୀ ଜିଲ୍ଲାର ନୌସେରା ଠାରେ ପାକିସ୍ତାନୀ ଗୁଳିରେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି।

ପାକିସ୍ତାନୀ ସେନା ନୌସେରା ସେକ୍ଟରରେ ଅତର୍କିତ ଭାବରେ ଗୁଳି କରିଥିଲା। ଏଥିରେ ନୌସେରା ଅଂଚଳର ଦିଇଂ ନିବାସୀ ବେଧରାଜ (୫୫) ନାଁରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ ସୂଚନା ଦେଇଛନ୍ତି।  ପୀଡ଼ିତଙ୍କ ପରିବାରକୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ସେନା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି, ଭାରତୀୟ ଯବାନମାନେ ପାକିସ୍ତାନୀ ଗୁଳିର କଡ଼ା ଜବାବ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe