India Today
ଜମ୍ମୁ/ ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀର ସୀମାନ୍ତ କ୍ରିଷ୍ଣା ଘାଟି, ନୌସେରା ସେକ୍ଟର ଓ ଜମ୍ମୁ ସୀମାନ୍ତରେ ଆଜି ପ୍ରତ୍ୟୁଷରୁ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହିତ ଭାରତୀୟ ସୀମାନ୍ତ ପୋଷ୍ଟଗୁଡ଼ିକ ସମେତ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକ ଉପରେ ପ୍ରବଳ ଗୁଳିଗୋଳା ବର୍ଷଣ ଆରମ୍ଭ କରିଥିବା ଜାଣିବାକୁ ମିଳିଛିି।
ଭାରତୀୟ ସେନା ସୂତ୍ରରୁ ହସ୍ତଗତ ରିପୋର୍ଟରୁ ପ୍ରକାଶ, ନିୟନ୍ତ୍ରଣ ରେଖା (ଏଲ୍ଓସି)ର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣା ଘାଟି ସେକ୍ଟର ସମେତ ନୌସେରା ସେକ୍ଟରରେ ପାକ୍ ସେନା ପ୍ରତ୍ୟୁଷ ପ୍ରାୟ ୩ଟା ୩୦ ମିନିଟ ସମୟରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହିତ ଭାରତୀୟ ସୀମାନ୍ତ ପୋଷ୍ଟଗୁଡ଼ିକ ସମେତ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକ ଉପରେ ପ୍ରବଳ ଗୁଳିଗୋଳା ବର୍ଷଣ ଆରମ୍ଭ କରିଥିଲା। ଯାହାର କଡ଼ା ଜବାବ ଭାରତୀୟ ସେନା ପକ୍ଷରୁ ଦିଆ ଯାଇଥିଲା। ପରେ ପାକ୍ ପକ୍ଷରୁ ଗୁଳିଗୋଳା ବର୍ଷଣ ବନ୍ଦ ହୋଇ ଯାଇଥିବା ବେଳେ ପୁଣି ଆଉଥରେ ୭ଟା ୨୦ ମିନିଟ ସମୟରେ ଗୁଳିଗୋଳା ବର୍ଷଣ ଆରମ୍ଭ ହୋଇଥିଲା। ଭାରତୀୟ ସୀମାନ୍ତ ପୋଷ୍ଟଗୁଡ଼ିକ ସମେତ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକ ଉପରେ ପାକ୍ ସେନା ପକ୍ଷରୁ ମୋର୍ଟାର ମାଡ଼ କରାଯିବା ଫଳରେ ସୀମାନ୍ତବର୍ତ୍ତୀ ଭାରତୀୟ ଗ୍ରାମଗୁଡ଼ିକରେ ଅବସ୍ଥିତ ଥିବା ଅନେକ ଗୃହ କ୍ଷତିଗ୍ରସ୍ତ ହୋଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି।
Follow Us