(Photo Credit: PTI)
ପୁଞ୍ଚ୍: ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନରେ ୨ ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲ୍ଲାସ୍ଥିତ ସାହସପୁର ସେକ୍ଟରର ନିୟନ୍ତ୍ରଣ ରେଖା ପାର୍ କରି ପାକିସ୍ତାନୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୬ ଜଣ ସାଧାରଣ ନାଗରିକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସୀମାନ୍ତରେ ହୋଇଥିବା ଏହି ଅସ୍ତ୍ର ବିରତି ଉଲ୍ଲଂଘନକୁ ଭାରତୀୟ ସେନା ପକ୍ଷରୁ ଉଚିତ ଜବାବ ଦିଆଯାଇଛି। ଦିନ ପ୍ରାୟ ୨.୩୦ ବେଳେ ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣ ହୋଇଥିଲା।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପାକିସ୍ତାନୀମାନେ ଜାଣି ଜାଣି ସାହସପୁର, କର୍ଣ୍ଣି, ବଣ୍ଡି ଚେଚିଆନ୍, ନୋରା ବନ୍ଦି ଆଦି ଅଞ୍ଚଳକୁ ଟାଗେର୍ଟ କରି ଆକ୍ରମଣ କରୁଛନ୍ତି। ପୁଞ୍ଚଠାରେ ଗତ ୩ ଦିନ ମଧ୍ୟରେ ଏହା ହେଉଛି ଦ୍ବିତୀୟ ଅସ୍ତ୍ର ବିରତି ଉଲ୍ଲଂଘନ।
Follow Us