ପାକିସ୍ତାନର ଅସ୍ତ୍ରବିରତି ଉଲ୍ଳଂଘନରେ ୩ ଭାରତୀୟ ମୃତ

Advertisment
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଳଂଘନରେ ୩ ଭାରତୀୟ ମୃତ

NDTV.com

ଶ୍ରୀନଗର : ପାକିସ୍ତାନ କେବେ ବି ସୁଧୁରିବନି। ସମଗ୍ର ବିଶ୍ବ ଏବେ କରୋନା ମହାମାରୀ ସହ ଲଢ଼ୁଥିବାବେଳେ ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଜମ୍ମୁ କାଶ୍ମୀରର କ୍ରିଷ୍ଣାଘାଟି ସେକ୍ଟରରେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଜଣେ ଶିଶୁ ସମେତ ୩ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି। ଗତ ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବାବେଳେ ଭାରତ ଉକ୍ତ ଘଟଣାରେ ତୀବ୍ର ପ୍ରତିବାଦ ଜଣାଇଛି। ମୃତକମାନେ ଗୋଟିଏ ପରିବାରର ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଅନ୍ୟ ଜଣେ ଶିଶୁ ମଧ୍ୟ ଆହତ ହୋଇଛି। ତେବେ ପାକିସ୍ତାନ ଲଗାତାର ଆଗୁଆ ଘାଟି ଏବଂ ସୀମାନ୍ତ ଗ୍ରାମ ଗୁଡ଼ିକୁ ଟାର୍ଗେଟ୍‌ କରି ଗୁଳିଗୋଳା ବର୍ଷା କରୁଥିବାରୁ ଭାରତ ଏହାର ତୀବ୍ର ପ୍ରତିବାଦ କରିଛି ଏବଂ ପାକ୍‌ ହାଇ କମିସନରଙ୍କୁ ସମନ୍‌ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe