ଭାରତର ହସ୍ତକ୍ଷେପ ପରେ ବ୍ରିକ୍ସ କାର୍ଯ୍ୟକ୍ରମରୁ ପାକିସ୍ତାନ ବାଦ୍‌ ପଡ଼ିଲା

Advertisment

ଭାରତର ହସ୍ତକ୍ଷେପ ପରେ ବ୍ରିକ୍ସ କାର୍ଯ୍ୟକ୍ରମରୁ ପାକିସ୍ତାନ ବାଦ୍‌ ପଡ଼ିଲା

ଭାରତର ହସ୍ତକ୍ଷେପ ପରେ ବ୍ରିକ୍ସ କାର୍ଯ୍ୟକ୍ରମରୁ ପାକିସ୍ତାନ ବାଦ୍‌ ପଡ଼ିଲା

ଭାରତର ହସ୍ତକ୍ଷେପ ପରେ ବ୍ରିକ୍ସ କାର୍ଯ୍ୟକ୍ରମରୁ ପାକିସ୍ତାନ ବାଦ୍‌ ପଡ଼ିଲା

The Wire

ବେଜିଂ: ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଗତ ଜୁନ୍‌ ୨୪ ତାରିଖରେ ଏଚଏଲଡିଜିଡି ( ହାଇ ଲେବଲ ଡାଇଲଗ୍‌ ଅନ ଗ୍ଲୋବାଲ ଡେଭ୍‌ଲପମେଣ୍ଟ) ତଥା ବୈଶ୍ବିକ ବିକାଶସ୍ତରରେ ଉଚ୍ଚସ୍ତରୀୟ ଆଲୋଚନା ଆୟୋଜନ କରିଥିଲେ। ଏହା ହେଉଛି ଚୀନ୍‌ ଦ୍ବାରା ଆୟୋଜିତ ଭର୍ଚୁଆଲ ବ୍ରିକ୍ସ ସମ୍ମିଳନୀର ଏକ ଅଂଶ। ଏହି ନିର୍ଦ୍ଦିଷ୍ଟ ବୈଠକରେ ଅନେକ ଅଣ ବ୍ରିକ୍ସ ସଦସ୍ୟ ଯୋଗ ଦେଇଥିଲେ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ତଥା ବ୍ରାଜିଲ, ରୁଷ୍‌, ଭାରତ, ଚୀନ୍‌ ଏବଂ ଦକ୍ଷିଣ ଆଫ୍ରିକା ସହିତ ଅନ୍ୟ ଅଣ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ଏମାନେ ହେଉଛନ୍ତି ଇରାନ, ଇଜିପ୍ଟ, ଫିଜି, ଆଲଜେରିଆ, କାମ୍ବୋଡିଆ, ଥାଇଲାଣ୍ଡ, ଇଣ୍ଡୋନେସିଆ ଏବଂ ମାଲେସିଆ। କେବଳ ପାକିସ୍ତାନ ଏଥି‌ରେ ସାମିଲ ହୋଇନଥିଲା। ପାକିସ୍ତାନ ସବୁ ସମୟରେ ଏଥିରେ ସାମିଲ ହେବାକୁ ଚାହେ। କିନ୍ତୁ ମିଳିଥିବା ସୂଚନାନୂଯାୟୀ ଭାରତର ହସ୍ତକ୍ଷେପ ଯୋଗୁଁ ପାକିସ୍ତାନ ଏଥିରୁ ବାଦ୍‌ ପଡ଼ିଛି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ବିବୃତି ଜାରି ହୋଇଛି। ପାକିସ୍ତାନ ବିଦେଶ ଅଫିସ ମୁଖପାତ୍ର କହିଛନ୍ତି, ବୈଶ୍ବିକ ବିକାଶ ନେଇ ଏକ ଉଚ୍ଚସ୍ତରୀୟ କଥାବାର୍ତ୍ତାର ଆୟୋଜନ କରାଯାଇଥିଲା। ଅନେକ ବିକାଶଶୀଳ ରାଷ୍ଟ୍ରଙ୍କୁ ଏଠାକୁ ନିମନ୍ତ୍ରିତ କରାଯାଇଥିଲା। କିନ୍ତୁ ବ୍ରିକ୍ସର ଜଣେ ସଦସ୍ୟ ରାଷ୍ଟ୍ର (ଭାରତ)ର ବିରୋଧ ପାଇଁ ପାକିସ୍ତାନ ଏଥିରେ ଯୋଗ ଦେଇପାରିନି। ଭାରତର ଚାପରେ ଚୀନ୍‌ ପାକିସ୍ତାନକୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରିନାହିଁ ବୋଲି ପାକିସ୍ତାନ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe