୪୦ କୋଟି ଟଙ୍କାର ପତାକା ଉଡ଼ାଇବ ପାକିସ୍ତାନ

Advertisment
ଆର୍ଥିକ ଦୁର୍ଗତି: ଚୀନ୍, ସାଉଦିକୁ ସାହାଯ୍ୟ ମାଗିଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରେ ଧୂମଧାମରେ ସ୍ବାଧୀନତା ଦିବସ ପାଳନ କରିଥାଏ। ତେବେ ୨୦୦୦ କୋଟି ଟଙ୍କାର ଋଣ ବୋଝରେ ବୁଡ଼ିଥିବା ପଡ଼ୋଶୀ ପାକିସ୍ତାନ ଭାରତ ସହିତ ଏ କ୍ଷେତ୍ରରେ ପ୍ରତିଯୋଗିତା କରିବାକୁ ଉଦ୍ୟମ ଚଳାଇଛି।

ଅଗଷ୍ଟ ୧୪ ତାରିଖରେ ପାକିସ୍ତାନ ଏହାର ସ୍ବାଧୀନତା ଦିବସ ପାଳନ କରିବ। ସେହିଦିନ ପାକିସ୍ତାନ ୪୦ କୋଟି ଟଙ୍କା ମୂଲ୍ୟରେ ୫୦୦ ଫୁଟ ଲମ୍ବର ବିଶାଳ ଜାତୀୟ ପତାକା ଉତ୍ତୋଳନ କରିବ ବୋଲି ଇଣ୍ଡିଆ ଟୁଡେ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ପଞ୍ଜାବ ପ୍ରଦେଶର ଲିବର୍ଟି ଚୌକରେ ପାକିସ୍ତାନ ଏହି ପତାକା ଉତ୍ତୋଳନ କରିବ। ଅଟ୍ଟାରି ସୀମାରେ ଭାରତ ୪୧୩ ଫୁଟ ଲମ୍ବ ପତାକା ଉଡ଼ାଇବ ବୋଲି ରଖିଥିବା ଯୋଜନା ସଂପର୍କରେ ଘୋଷଣା କରିବା ପରେ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଛି। ତେବେ ପ୍ରଥମ ଥର ପାଇଁ ଦୁଇ ଦେଶ ମଧ୍ୟରେ ଏହି ପତାକା ପ୍ରତିଯୋଗିତା ହେଉନାହିଁ। ୨୦୧୭ରେ ପାକିସ୍ତାନ ଅଟ୍ଟାରି-ୱାଘା ସୀମାରେ ପାକିସ୍ତାନ ୪୦୦ ଫୁଟ ଲମ୍ବ ପତାକା ଉଡ଼ାଇବାକୁ ନିଷ୍ପତ୍ତି ନେଇଥିଲା। ଭାରତ ସରକାର ସେଠାରେ ୩୦୦ ଫୁଟ ଲମ୍ବ ଜାତୀୟ ପତାକା ଉଡ଼ାଇବା ପରେ ପାକିସ୍ତାନ ଏହା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe