ପାକିସ୍ତାନ: ରାଜପଥ ଉପରେ ମହିଳାଙ୍କୁ ତାଙ୍କ ପିଲାଙ୍କ ସମ୍ମୁଖରେ ଗଣଦୁଷ୍କର୍ମ କଲେ ସଶସ୍ତ୍ର ଦୁର୍ବୃତ୍ତ

ପାକିସ୍ତାନ: ରାଜପଥ ଉପରେ ମହିଳାଙ୍କୁ ତାଙ୍କ ପିଲାଙ୍କ ସମ୍ମୁଖରେ ଗଣଦୁଷ୍କର୍ମ କଲେ ସଶସ୍ତ୍ର ଦୁର୍ବୃତ୍ତ

India Today

ଲାହୋର: ପାକିସ୍ତାନର ଲାହୋରରେ ଘଟିଯାଇଛି ଏକ ଲଜ୍ଜାଜନକ ଅଭାବନୀୟ ଘଟଣା। ପାକିସ୍ତାନର ରାଜପଥ କଡ଼ରେ ଦୁଇଜଣ ସଶସ୍ତ୍ର ଦୁର୍ବୃତ୍ତ ବନ୍ଧୁକ ମୂନରେ ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଛନ୍ତି। ଗତ କାଲି (ବୁଧବାର) ସନ୍ଧ୍ୟାରେ ପାକିସ୍ତାନର ଗୁଜ୍ଜରପୁରା ଅଞ୍ଚଳରେ ଲାହୋର- ସିଆଲକୋଟ ରାଜପଥରେ ଫସି ରହିଥିବା ଜଣେ ମହିଳାଙ୍କୁ ୨ ଜଣ ସଶସ୍ତ୍ର ଦୁର୍ବୃତ୍ତ ତାଙ୍କ ଶିଶୁମାନଙ୍କ ସମ୍ମୁଖରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଏବେ ପାକିସ୍ତାନରେ ଜନଅସନ୍ତୋଷର କାରଣ ପାଲଟିଛି।
ପାକିସ୍ତାନ ନ୍ୟୁଜ୍‌ ସାଇଟ୍‌ ଜିଓ ନ୍ୟୁଜ୍‌ର ଏକ ରିପୋର୍ଟ ଅନୁଯାୟୀ, ଗୁଜରାନୱାଲାର ବାସିନ୍ଦା ଥିବା ପୀଡ଼ିତା ମହିଳା ଜଣକ ବୁଧବାର ସନ୍ଧ୍ୟାରେ ନିଜ ପିଲାମାନଙ୍କ ସହିତ ନିଜେ ଗାଡ଼ ଚାଳନା କରି ଘରକୁ ଫେରୁଥିଲେ। ତେବେ, ଗୁଜ୍ଜରପୁରା ଅଞ୍ଚଳରେ ଲାହୋର- ସିଆଲକୋଟ ରାଜପଥରେ ଆସୁଥିବା ବେଳେ ତାଙ୍କ ଗାଡ଼ିରୁ ପେଟ୍ରୋଲ ସରି ଯାଇଥିଲା ଏବଂ ସେ ରାଜପଥରେ ଫସି ଯାଇଥିଲେ। ପେଟ୍ରୋଲ ପାଇଁ ସେ ତାଙ୍କ ସ୍ୱାମୀଙ୍କୁ ଫୋନ୍‌ କରି ଗାଡ଼ି ଭିତରେ ବସି ତାଙ୍କୁ ଅପେକ୍ଷା କରି ରହିଥିଲେ।

publive-image
ତେବେ, ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଆସିବା ପାଇଁ ଅପେକ୍ଷା କରିଥିବା ବେଳେ ଦୁଇଜଣ ସଶସ୍ତ୍ର ବ୍ୟକ୍ତି ତାଙ୍କ କାର ଉପରେ ଆକ୍ରମଣ କରି ଗାଡ଼ିର ଝରକା ଭାଙ୍ଗି ମହିଳା ଏବଂ ତାଙ୍କ ପିଲାମାନଙ୍କୁ ବନ୍ଧୁକ ମୁନରେ ବାହାରକୁ ନେଇ ଯାଇଥିଲେ। ଏହା ପରେ ସେମାନେ ତାଙ୍କ ପିଲାମାନଙ୍କ ସମ୍ମୁଖରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଅଘଟଣ ଘଟିବା ପୂର୍ବରୁ ମହିଳା ଜଣକ ସାହାଯ୍ୟ ପାଇଁ ମୋଟରୱେ ପୁଲିସର ଜରୁରୀକାଳୀନ ନମ୍ବରକୁ ଫୋନ କରିଥିଲେ ମଧ୍ୟ କୌଣସି ସହାୟତା ପାଇ ନଥିଲେ। ଦୁଷ୍କର୍ମ କରିସାରିବା ପରେ ଅଭିଯୁକ୍ତମାନେ ମହିଳାଙ୍କର ପାଖାପାଖି ୧ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ତାଙ୍କ ଏଟିଏମ୍‌ କାର୍ଡ ଲୁଟି ନେଇ ଫେରାର ହୋଇ ଯାଇଥିଲେ। ପରେ ମହିଳା ଜଣଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାଜପଥ କଡ଼ରୁ ଉଦ୍ଧାର କରା ଯାଇଥିଲା।
ଏହି ମାମଲା ଏବେ ପାକିସ୍ତାନରେ କ୍ରୋଧର କାରଣ ହୋଇଛି। ଦେଶବାସୀ କର୍ତ୍ତୃପକ୍ଷଙ୍କ ଉତ୍ତରଦାୟିତ୍ୱ ତଥା ମହିଳାଙ୍କ ପ୍ରତି ନ୍ୟାୟ ଦାବି କରିଛନ୍ତି। ପାକିସ୍ତାନର ଜାତୀୟ ସମ୍ବାଦ ପତ୍ର ‘ଡନ’୍‌ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ପୁଲିସ ସକ୍ଷମ ହୋଇ ନାହିଁ କିନ୍ତୁ ୧୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe