ଭାରତର ନୂତନ ସାମରିକ ଘାଟି ନିର୍ମାଣ ଘୋଷଣାରେ ପାକିସ୍ତାନ ଛାନିଆ

Advertisment
ଭାରତର ନୂତନ ସାମରିକ ଘାଟି ନିର୍ମାଣ ଘୋଷଣାରେ ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ: ଗୁଜୁରାଟରେ ଭାରତ-ପାକ୍‌ ସୀମାର ଅନତି ଦୂରରେ ଭାରତୀୟ ବାୟୁସେନାର ଏକ ସାମରିକ ଘାଟି ନିର୍ମାଣ ପାଇଁ ନିକଟରେ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେବେ, ଭାରତ ସରକାରଙ୍କ ପକ୍ଷରୁ ସୀମାନ୍ତରେ ସାମରିକ ଘାଟି ନିର୍ମାଣ ଘୋଷଣା ଶୁଣିବା ପରେ ପାକିସ୍ତାନ ଛାନିଆ ହୋଇଯିବା ସହ ବିଚଳିତ ହୋଇ ପଡ଼ିଛି।

‘ନଈ ନ ଦେଖୁଣୁ...’ ପରି ଭାରତର ଏ ନିଷ୍ପତ୍ତି ଖବର ଶୁଣୁଶୁଣୁ ପାକିସ୍ତାନ ଯେପରି ପ୍ରତିକ୍ରୟା ପ୍ରକାଶ କରିଛି, ସେଥିରୁ ଏହାର ସ୍ପଷ୍ଟ ପ୍ରମାଣ ମିଳୁଛି। ନିଜ ପ୍ରତିକ୍ରିୟାରେ ପାକିସ୍ତାନ କହିଛି, ଭାରତର ଏପ୍ରକାର ନିଷ୍ପତ୍ତି ତା’ର ଆକ୍ରମଣାତ୍ମକ ମନୋଭାବର ପରିଚୟ ଏବଂ ଏହା ଯୁଦ୍ଧର ଆଶଙ୍କା ସୃଷ୍ଟି କରୁଛି। ଏତିକିରେ ସୀମିତ ନରହି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଆଉ ପାଦେ ଆଗେଇ ଯାଇ ଏହା ଭାରତର ‘ଦାୟିତ୍ୱହୀନ ଆଚରଣ’ର ପରିଚୟ ବୋଲି ସୁଦ୍ଧା କହିବାକୁ କୁଣ୍ଠାବୋଧ କରି ନାହାନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଭାରତର ନୂତନ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ଦାୟିତ୍ୱ ଗ୍ରହଣ କଲାପରେ, ଗୁଜୁରାଟର ବନସ୍‌କଣ୍ଠା ଜିଲ୍ଲାର ଦିସାଠାରେ ଭାରତୀୟ ବାୟୁସେନାର ଏକ ନୂତନ ସାମରିକ ଘାଟି ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ। ଏହି ଘାଟି ନିର୍ମିତ ହେଲେ ସୀମାନ୍ତରେ ଭାରତୀୟ ଆକାଶ ମାର୍ଗ ସୁରକ୍ଷିତ ରହିବା ସହ ଭାରତୀୟ ସୀମା ସୁଦୃଢ଼ ହେବ। ଏହି କାରଣରୁ ବୋଧହୁଏ ଛାନିଆ ହୋଇ ଏପରି ପ୍ରତିକ୍ରିୟା ପ୍ରକାଶ କରୁଛି ବୋଲି କୁଟନୀତି ବିଶାରଦମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe