ପିଏଫ୍‌ଆଇ ସମର୍ଥକଙ୍କ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ

Advertisment
ପିଏଫ୍‌ଆଇ ସମର୍ଥକଙ୍କ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ

ପୁନେ : ମହାରାଷ୍ଟ୍ରର ପୁନେରେ ଆଜି ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ) ପକ୍ଷରୁ ଏନ୍‌ଆଇଏ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆନ୍ଦୋଳନ ହୋଇଥିଲା। ବିରୋଧ ପ୍ରଦର୍ଶନ ସମୟରେ କେତେକ ଆନ୍ଦୋଳନକାରୀ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରାଯାଇଛି। ପୁନେ ପୁଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି।

ଇତିମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉକ୍ତ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଛତ୍ରପତି ଶିବାଜୀ ମହାରାଜଙ୍କ ମାଟିରେ ଦେଶବିରୋଧୀ ସ୍ଲୋଗାନକୁ ବରଦା‌ସ୍ତ କରାଯିବ ନାହିଁ। ପୁଲିସ ଏହ‌ି ମାମଲାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି ଯେ ଏହି ଘଟଣାରେ ଯେଉଁମ‌ାନେ ସାମିଲ ସେମାନଙ୍କୁ ଛଡ଼ାଯିବନି। ଉଲ୍ଲେଖଯୋଗ୍ୟ ଯେ ପୁନେର ଜିଲ୍ଲାପାଳଙ୍କ ଅଫିସ୍‌ ବାହାରେ ଆଜି ପିଏଫ୍‌ଆଇ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ହିଂସାତ୍ମକ ଆନ୍ଦୋଳନ ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ପୁଲିସ ପ୍ରାୟ ୪୦ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି। ପୁଲିସ ଆନ୍ଦୋଳନକାରୀଙ୍କୁ ପୁଲିସ ଗାଡ଼ିକୁ ନେବା ସମୟରେ ସେମାନେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ‌ ଦେଉଥିବାର ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe