ସୋଏବଙ୍କ ସହିତ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପାକିସ୍ତାନ ଅଭିନେତ୍ରୀ କହିଲେ, ଏଭଳି କଥା…

Advertisment
ସୋଏବଙ୍କ ସହିତ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପାକିସ୍ତାନ ଅଭିନେତ୍ରୀ କହିଲେ, ଏଭଳି କଥା…

ନୂଆଦିଲ୍ଲୀ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ମଧ୍ୟରେ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ସୋଏବ ବିଶ୍ବାସଘାତକତା କରିଥିବାରୁ ‌ସାନିଆ ଏହି ବିବାହ ଭାଙ୍ଗିବାକୁ ଯାଉଥିବା ଖବର ଶୁଣିବାକୁ ମିଳୁଛି। ସୋଏବଙ୍କ ନାମ ପାକିସ୍ତାନୀ ଅଭିନେତ୍ରୀ ତଥା ମଡେଲ ଆୟେଶା ଉମରଙ୍କ ସହ ଯୋଡାଯାଉଛି। ଏହାପରଠାରୁ ଆୟେଶାଙ୍କୁ ଲୋକେ ବିଭିନ୍ନ ପ୍ରକାର କଥା କହୁଛନ୍ତି। ଏମିତି କି  ସାନିଆ ଓ ସୋଏବଙ୍କ ଘର ଆୟେଶାଙ୍କ କାରଣ ପାଇଁ ଭାଙ୍ଗୁଥିବା କହୁଛନ୍ତି।

ତେବେ ଏହି ଘଟଣାକୁ ନେଇ ଆୟେଶା ପ୍ରଥମଥର ମୁହଁ ଖୋଲି କହିଛନ୍ତି, ‘ମୋତେ ଜଣେ ପ୍ରଶ୍ନ କରିଛନ୍ତି କି ମୁଁ ସୋଏବଙ୍କୁ ବିବାହ କରିବାକୁ ଯାଉଛି କି? ତେବେ ତାଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଁ କହିବାକୁ ଚାହୁଁଛି କି, ସୋଏବ ବିବାହିତ ଏବଂ ସେ ତାଙ୍କ ସ୍ତ୍ରୀଙ୍କୁ ନେଇ ବହୁତ ଖୁସିରେ ଅଛନ୍ତି। ମୁଁ ଏହି ଦମ୍ପତିଙ୍କୁ ବହୁତ ସମ୍ମାନ କରେ। ମୁଁ ଏବଂ ସୋଏବ ଭଲ ବନ୍ଧୁ ଏବଂ ଶୁଭେଚ୍ଛୁ ମଧ୍ୟ।’

ସାନିଆ ର୍ମିଜା ଏବଂ ସୋଏବ ମଲିକ ଦୁବାଇରେ ନିଜ ପୁଅ ଇଜାନ ର୍ମିଜା ମଲିକଙ୍କ ସହ ରୁହନ୍ତି। ଉଭୟ ଏପ୍ରିଲ ୨୦୧୦ରେ ବିବାହ କରିଥିଲେ। ତେବେ ସାନିଆ ତାଙ୍କ ବିବାହକୁ ଆଉ ଏକ ମଉକା ଦେବାକୁ ଚାହୁଁଛନ୍ତି। କାରଣ ଛାଡ଼ପତ୍ରର ପ୍ରଭାବ ଯେମିତି ତାଙ୍କ ପୁଅ ଉପରେ ନପଡ଼ୁ ବୋଲି ଖବର ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe