ନୂଆଦିଲ୍ଲୀ: ନାମୀଦାମୀ ପାକିସ୍ତାନ ଅଭିନେତ୍ରୀ ତଥା ସଙ୍ଗୀତକାର ସୁମବୁଲ ଖାନ୍ଙ୍କୁ ଗୁଳି କରି ହତ୍ୟା କରାଯାଇଛି। କାରଣ ସେ ଧନୀମାନଙ୍କ ପାର୍ଟିରେ ନୃତ୍ୟ କରିବାକୁ ମନା କରି ଦେଇଥିଲେ। ଏହି ଘଟଣା ପାକିସ୍ତାନର ମର୍ଦନ ସହରରେ ଘଟିଛି।
ପ୍ରକାଶିତ ଖବର ମୁତାବକ, ସୁମବୁଲଙ୍କୁ ଏକ ଘରୋଇ ପାର୍ଟିରେ ନୃତ୍ୟ ପ୍ରଦର୍ଶନ କରିବାକୁ କୁହାଯାଇଥିଲା। ସେ ଏହି ପ୍ରଦର୍ଶନ କରି ପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ। ଏହାପରେ କେତେଜଣ ଦୁର୍ବୃତ୍ତ ସୁମବୁଲଙ୍କୁ ହତ୍ୟା କରିଥିଲେ ବୋଲି ଜଣାପଡ଼ିଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି କ’ଣ...
/sambad/media/post_attachments/wp-content/uploads/2018/02/sumbul-khan_650x813_61517822783-240x300.jpg)
ସୁମବୁଲ ପାର୍ଟରେ ନୃତ୍ୟ କରିବାକୁ ମନା କରିଦେବାରୁ ତାଙ୍କୁ ଘରୁ ଅପହରଣ କରି ନେବା ପାଇଁ କେତେଜଣ ଦୁର୍ବୃତ୍ତ ଘରେ ପଶିଥିଲେ। ସୁମବୁଲ ଦୁର୍ବୃତ୍ତଙ୍କ ଠାରୁ ବଞ୍ଚିବା ପାଇଁ ଦଉଡିବାରେ ଲାଗିଥିଲେ, ଫ,ରେ ସେମାନେ ତାକୁ ଗୁଳି ମାରି ହତ୍ୟା କରିଥିଲେ। ସୁମବୁଲଙ୍କୁ ଥରେ କିମ୍ବା ଦୁଇଥର ନୁହେଁ ଅନେକ ବାର ଗୁଳି ମାରାଯାଇ ହତ୍ୟାକାର ଯାଇଥିବା ଜଣାପଡ଼ିଛି। ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ନାମ ନଇମ ଖଟ୍ଟର ବୋଲି କୁହାଯାଉଛି। ଯିଏକି ପୂର୍ବତନ ପୁଲିସ ଅଫିସର ବୋଲି ଜଣାପଡ଼ିଛି। ତାଙ୍କୁ ଗିରଫ କରାଯାଇଛି। ତେବେ ଏହି ଘଟଣାରେ ସାମିଲ ଥିବା ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି ବୋଲି ପୁଲିସ ଅଫିସର ସଇଦ ଖାନ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2018/02/l-20180203190315-300x156.jpg)
ଉଲ୍ଲେଖଯୋଗ୍ୟ, ଏହା ପ୍ରଥମ ଘଟଣା ନୁହେଁ, ପାକିସ୍ତାନରେ କିଛି ବର୍ଷ ହେବ ମହିଳା କଳାକାରମାନଙ୍କ ଉପରେ ଆକ୍ରମଣ କରାଯାଉଛି। କିଛିଦିନ ପୂର୍ବରୁ ଲୋହରରେ ଡ୍ୟାନସର୍ କିସମତ ବେଗଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ଉପକୁ ୧୧ଥର ଗୁଳି ଚଳା ଯାଇଥିଲା, ଯେତେବେଳେ ସେ ଏକ ପ୍ରଦର୍ଶନ ସାରି ଫେରୁଥିଲେ।
Follow Us