ଭାରତୀୟ ନିରାପତ୍ତା ବଳଙ୍କୁ ‘ଫେକ୍‌ କଲ୍‌’ କରୁଛନ୍ତି ପାକିସ୍ତାନୀ ଏଜେନ୍ସି; ସତର୍କ ସୂଚନା ଜାରି

Advertisment
୧୮୪  ଭିଆଇପିଙ୍କ ସୁରକ୍ଷା ହଟାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

Image Courtesy of India Today

ଶ୍ରୀନଗର: ଜମ୍ମୁ ବିମାନଘାଟି ଉପରେ ଡ୍ରୋନ୍‌ ଆକ୍ରମଣ ପରେ ପାକିସ୍ତାନୀ ଗୁପ୍ତଚର ଏଜେନ୍‌ସି ‘ଆଇଏସ୍‌ଆଇ’ ନିରାପତ୍ତା ବଳଙ୍କ ପାଖକୁ କରିଥିବା କେତେକ ‘ଫେକ୍‌ କଲ୍‌’ (ଦୁଷ୍ଟାମି ପାଇଁ କରାଯାଉଥିବା ମିଛ ଫୋନ୍‌ କଲ୍‌) ଭାରତୀୟ ଗୁଇନ୍ଦା ଏଜେନ୍‌ସିମାନେ ଧରିବାରେ ସମର୍ଥ ହୋଇଛନ୍ତି।

ଗୁଇନ୍ଦାସୂତ୍ରରୁ ପ୍ରକାଶ, ପାକସ୍ତାନରୁ ଭାରତୀୟ ନିରାପତ୍ତା ବଳ ପ୍ରତି ଏହି ‘ଫେକ୍‌ କଲ୍‌’ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ନିରାପତ୍ତା ଏଜେନ୍‌ସିମାନେ ସତର୍କ ସୂଚନା ଜାରି କରିଛନ୍ତି।

ନିଜକୁ ଭାରତୀୟ ସଶସ୍ତ୍ର ବାହିନୀର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ ପାକିସ୍ତାନର ‘ଆଇଏସ୍‌ଆଇ’ର ଗୁଇନ୍ଦାମାନେ ଭାରତୀୟ ନିରାପତ୍ତା ବଳ ଛାଉଣିଗୁଡ଼ିକୁ କ୍ରମଶଃ ଅଧିକ ସଂଖ୍ୟକ ଏହି ପ୍ରକାରର ‘ଫେକ୍‌ କଲ୍‌’ କରୁଛନ୍ତି।

publive-image Image Courtesy of Aaj Tak Bangla

ବିଭିନ୍ନ ନମ୍ବରରୁ ଏହି ‘ଫେକ୍‌ କଲ୍‌’ ସବୁ ଆସୁଛି, ଯାହାକୁ ଚିହ୍ନଟ କରିବା ଖୁବ୍ କଷ୍ଟକର ବ୍ୟାପାର। ଗୁଇନ୍ଦାସୂତ୍ର କହିବା ଅନୁସାରେ, ପଶ୍ଚିମ ସେକ୍ଟର୍‌ରେ ଡ୍ରୋନ୍‌ ଆତଙ୍କ ପରେ ପରେ ଏହି ପ୍ରକାରର ‘କଲ୍‌’ ସଂଖ୍ୟା ବୃଦ୍ଧି ନିରାପତ୍ତା ଏଜେନ୍ସିଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି।

ପୂର୍ବରୁ ମଧ୍ୟ ନିରାପତ୍ତା ଏଜେନ୍ସିମାନଙ୍କୁ ଉପରୋକ୍ତ କାର୍ଯ୍ୟକଳାପ ସଂକ୍ରାନ୍ତରେ ଅବଗତ କରାଯାଇଥିଲା। ସେଥିପାଇଁ ମୁଖ୍ୟାଳୟରୁ ଗୁଇନ୍ଦା ଏଜେନ୍‌ସିଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ଆଗକୁ ସ୍ବାଧୀନତା ଦିବସ ପାଳନ ସମୟ ଆସୁଥିବାରୁ ଏହି ‘ଫେକ୍‌ କଲ୍‌’ ପ୍ରତି ହୁସିଆର୍‌ ରହିବା ଲାଗି ନିରାପତ୍ତା ଏଜେନ୍‌ସିମାନଙ୍କୁ କୁହାଯିବା ସହ ପାକିସ୍ତାନୀ ଗୁଇନ୍ଦାମାନେ ଯେଭଳି କୌଣସି ସୂଚନା ସଂଗ୍ରହ କରି ନ ପାରନ୍ତି ସେଥିପ୍ରତି ପଦକ୍ଷେପ ଗ୍ରହଣ କରିବା ଲାଗି ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe