ଜୟପୁରରୁ ମସ୍‌କଟ ଯାଉଥିବା ବିମାନକୁ ବିପଦରୁ ବଞ୍ଚାଇଲା ପାକିସ୍ତାନୀ ଏୟାର୍‌ ଟ୍ରାଫିକ୍‌ ‌କଣ୍ଟ୍ରୋଲ୍‌ର

Advertisment
ଜୟପୁରରୁ ମସ୍‌କଟ ଯାଉଥିବା ବିମାନକୁ ବିପଦରୁ ବଞ୍ଚାଇଲା ପାକିସ୍ତାନୀ ଏୟାର୍‌ ଟ୍ରାଫିକ୍‌ ‌କଣ୍ଟ୍ରୋଲ୍‌ର

(File Photo | PTI)

ଇସ୍‌ଲାମବାଦ: ପାକିସ୍ତାନର ଏୟାର୍‌ ଟ୍ରାଫିକ୍‌ ‌କଣ୍ଟ୍ରୋଲ୍‌ର ଜୟପୁରରୁ ଓମାନ ରାଜଧାନୀ ମସ୍‌କଟ ଯାଉଥିବା ଏକ ବିମାନକୁ ଆସନ୍ନ ବିପଦରୁ ବଞ୍ଚାଇଥିବା ଜାଣିବାକୁ ମିଳିଛି। ଖରାପ ପାଗ ହେତୁ ବିମାନର ପାଇଲଟ୍‌ ଆର୍ଲଟ ଜାରି କରିବା ପରେ ଏୟାର୍‌ ଟ୍ରାଫିକ୍‌ ‌କଣ୍ଟ୍ରୋଲ୍‌ର ସହାୟତାର ହାତ ବଢ଼ାଇଥିଲା।

ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ଯେ ପାଗ ଖରାପ ହେତୁ ବିମାନଟିକୁ ଦକ୍ଷିଣ ପ୍ର‌ାନ୍ତଃରେ ଅସୁବିଧା ଅନୁଭୂତ ହେବାରୁ ପାଇଲଟ ଆର୍ଲଟ ଜାରି କରିଥିଲେ।

publive-image (File Photo | PTI)

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିମାନରେ ୧୫୦ ଯାତ୍ରୀ ଯାଉଥିଲେ। ଗୁରୁବାର କରାଚୀ ଦେଇ ବିମାନଟି ଯିବା ବେଳେ ଖରାପ ପାଗର ସାମ୍ନା କରିଥିଲା।

ପାଇଲଟ୍‌ ସହାୟତା ମାଗିବା ପରେ ପାକିସ୍ତାନ ଅକାଶମାର୍ଗରେ ଦେଇ ଯାଉଥିବା ବିମାନଟିକୁ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲର୍‌ ସହାୟତାର ହାତ ବଢ଼ାଇଥିଲା।

ଉଲ୍ଲେଖଯୋଗ୍ୟ, ପ୍ରାୟ ୫ ମାସ ବ୍ୟବଧାନ ପରେ ପାକିସ୍ତାନ ଜୁଲାଇ ୧୬ ତାରିଖରୁ ଭାରତ ପାଇଁ ତା’ର ଆକାଶପଥରେ ଉଡ଼ାଣ ପାଇଁ  ଅନୁମତି ଦେଇଥିଲା। ବାଲାକୋଟ ଷ୍ଟ୍ରାଇକ୍‌ ପରେ ଫେବ୍ରୁଆରି ୨୬ରୁ ପାକିସ୍ତାନ ଆକାଶପଥରେ ଉଡ଼ାଣ ପାଇଁ କଟକଣା ଲଗାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe