ଇସଲାମାବାଦ: ପାକିସ୍ତାନରେ ଭିକ୍ଷାବୃତ୍ତି ଆଉ କେବଳ ଏକ ଆବଶ୍ୟକତା ନୁହେଁ, ବରଂ ଏକ ସମୃଦ୍ଧ ଶିଳ୍ପରେ ପରିଣତ ହୋଇଛି। ଏହାର ଚେର କେବଳ ଦେଶ ଭିତରେ ନୁହେଁ ବରଂ ସାଉଦି ଆରବ ତଥା ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଧନୀ ଉପସାଗରୀୟ ଦେଶଗୁଡ଼ିକୁ ମଧ୍ୟ ବ୍ୟାପିଛି।
ସାମ୍ପ୍ରତିକ ରିପୋର୍ଟ ସୂଚାଇ ଦେଉଛି ଯେ, ଏହି "ଶିଳ୍ପ" ଆଶ୍ଚର୍ଯ୍ୟଜନକ ସଂଖ୍ୟାରେ ପହଞ୍ଚିଛି। ଏହି ପରିସ୍ଥିତି କେବଳ ପାକିସ୍ତାନର ଆର୍ଥିକ ଦୁର୍ଦ୍ଦଶା ନୁହେଁ ବରଂ ଏହାର ଅନ୍ତର୍ଜାତୀୟ ଦିଗକୁ ମଧ୍ୟ ପ୍ରତିଫଳିତ କରୁଛି।
ଭିକ୍ଷାବୃତ୍ତି ଏକ ବିରାଟ ଶିଳ୍ପରେ ପରିଣତ ହୋଇଛି
ପାକିସ୍ତାନରେ ଭିକ୍ଷାବୃତ୍ତି ଏକ ସଂଗଠିତ ଶିଳ୍ପରେ ପରିଣତ ହୋଇଛି। ରିପୋର୍ଟଗୁଡ଼ିକ ସୂଚିତ କରୁଛି ଯେ, ଏହି ଶିଳ୍ପର ମୂଲ୍ୟ ପ୍ରାୟ ୪୨ ଶହ କୋଟି ଡଲାର(ପ୍ରାୟ ୩,୫୦,୦୦୦ କୋଟି ଟଙ୍କା)। ଏହା ପାକିସ୍ତାନର ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଯାହା ଦେଶ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଭିକ୍ଷାବୃତ୍ତିରେ ଜଡିତ ଲୋକଙ୍କ ସଂଖ୍ୟା ଦେଶରେ ଦାରିଦ୍ର୍ୟ ଏବଂ ବେକାରୀର ପରିମାଣକୁ ପ୍ରତିଫଳିତ କରୁଛି।
ଦେଶରେ ଭିକାରିଙ୍କ ସଂଖ୍ୟା ଚିନ୍ତାଜନକ
୨୩ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନରେ ଭିକାରିଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ପ୍ରାୟ ୩ କୋଟି ୮୦ ଲକ୍ଷ ଭିକାରି ଅଛନ୍ତି। ଏହାର ଅର୍ଥ ହେଉଛି ଦେଶର ପ୍ରତି ଷଷ୍ଠରୁ ସପ୍ତମ ବ୍ୟକ୍ତି ଭିକ୍ଷାବୃତ୍ତି ସହିତ ଜଡିତ। ଏହି ସଂଖ୍ୟା କେବଳ ଦେଶର ଦାରିଦ୍ର୍ୟର କାହାଣୀ କହୁନାହିଁ, ବରଂ ଭିକ୍ଷାବୃତ୍ତି ପଛରେ ଏକ ବଡ଼ ତଥା ବ୍ୟବସ୍ଥିତ ନେଟୱାର୍କ କାର୍ଯ୍ୟ କରୁଛି ବୋଲି ମଧ୍ୟ ସୂଚିତ କରୁଛି।
ବିଦେଶରେ ପାକିସ୍ତାନୀ ଭିକାରିଙ୍କ ପ୍ରାଧାନ୍ୟ
ପାକିସ୍ତାନୀ ଭିକାରିମାନେ ଆଉ କେବଳ ନିଜ ଦେଶରେ ସୀମିତ ନାହାନ୍ତି; ସେମାନେ ସାରା ବିଶ୍ୱରେ ଭିକ୍ଷା କରୁଛନ୍ତି। ପାକିସ୍ତାନ ଏବେ ବିଶ୍ୱକୁ ଭିକାରିଙ୍କ ଏକ ପ୍ରମୁଖ ଯୋଗାଣକାରୀ ପାଲଟିଛି। ଆଶ୍ଚର୍ଯ୍ୟଜନକ ଭାବରେ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଭଳି ଧନୀ ଉପସାଗରୀୟ ଦେଶଗୁଡ଼ିକରେ ୯୦ ପ୍ରତିଶତରୁ ଅଧିକ ଭିକାରି ପାକିସ୍ତାନୀ ନାଗରିକ। ଏହି ଲୋକମାନେ ଭିସା ପାଇ ମକ୍କା ଏବଂ ମଦିନା ଭଳି ଧାର୍ମିକ ସ୍ଥଳ ଏବଂ ଦୁବାଇ ତଥା ସାରଜାହା ଭଳି ପ୍ରମୁଖ ସହରକୁ ଭିକ୍ଷା ମାଗିବାକୁ ଯାଉଛନ୍ତି। ଯଦିଓ ଏହି ଦେଶଗୁଡ଼ିକ ପ୍ରତିବର୍ଷ ବହୁ ସଂଖ୍ୟକ ଭିକାରିଙ୍କୁ ଦେଶାନ୍ତର କରୁଛନ୍ତି। ତଥାପି ସେମାନଙ୍କ ସଂଖ୍ୟା ହ୍ରାସ ପାଉନାହିଁ।
ଗୋଟିଏ ଦିନରେ ଜଣେ ସାଧାରଣ ଶ୍ରମିକଙ୍କ ଠାରୁ ଅଧିକ ରୋଜଗାର କରୁଛନ୍ତି ପାକିସ୍ତାନ ଭିଖାରି। ଭିକ୍ଷାବୃତ୍ତିରେ ଏହି ଶିଳ୍ପରେ ଆୟ ବେଶ୍ ଭଲ। ସହର ଅନୁସାରେ ଭିକାରିଙ୍କ ଆୟ ଭିନ୍ନ ଭିନ୍ନହୋଇଥାଏ।
କରାଚୀ: ପ୍ରତିଦିନ ହାରାହାରି ୨,୦୦୦ ଟଙ୍କା
ଲାହୋର: ପ୍ରତିଦିନ ହାରାହାରି ୧,୪୦୦ ଟଙ୍କା
ଇସଲାମାବାଦ: ପ୍ରତିଦିନ ହାରାହାରି ୯୫୦ ଟଙ୍କା
ଆହୁରି ପଢ଼ନ୍ତୁ:Congress Makes Controversial Comment: ୟୁଜ୍ ଆଣ୍ଡ୍ ଥ୍ରୋ ରାଜନୀତି କରୁଛି ବିଜେପି ଜଗଦୀପ ଧନକରଙ୍କୁ ନେଇ କଂଗ୍ରେସର କଟାକ୍ଷ
ପାକିସ୍ତାନରେ ଜଣେ ଭିକାରିଙ୍କ ହାରାହାରି ଆୟ ପ୍ରତିଦିନ ୮୫୦ ଟଙ୍କା ରହିଛି। ସହରଗୁଡ଼ିକରେ, ବିଶେଷକରି କରାଚୀରେ, ଯେଉଁଠାରେ ଦାରିଦ୍ର୍ୟ ଏବଂ ଜନସଂଖ୍ୟା ଅଧିକ, ଦାନ ପରିମାଣ ମଧ୍ୟ ଅଧିକ। ଏହି କାରଣରୁ କରାଚିରେ ସର୍ବାଧିକ ଭିକାରି ଅଛନ୍ତି। ତା ପଛକୁ ଲାହୋର ସହର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/22/pakistani-beggars-earn-42-billion-dollar-a-year-2025-11-22-15-25-34.jpg)