Pakistani boat seized in Indian waters: ଭାରତୀୟ ଜଳସୀମାରେ ପାକିସ୍ତାନୀ ବୋଟ୍ ଜବତ, ୯ ପାକ୍‌ ନାଗରିକ ଗିରଫ

Advertisment

ଗତରାତିରେ ଭାରତୀୟ ଜଳସୀମାରେ ଅନୁପ୍ରବେଶ କରିଥିବା ଏକ ପାକିସ୍ତାନୀ ମାଛଧରା ବୋଟ୍‌କୁ ତଟରକ୍ଷୀ ବାହିନୀ ଜବତ କରିଛନ୍ତି। ବୋଟ୍‌ରେ ଥିବା ୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି।

ଗତରାତିରେ ଭାରତୀୟ ଜଳସୀମାରେ ଅନୁପ୍ରବେଶ କରିଥିବା ଏକ ପାକିସ୍ତାନୀ ମାଛଧରା ବୋଟ୍‌କୁ ତଟରକ୍ଷୀ ବାହିନୀ ଜବତ କରିଛନ୍ତି। ବୋଟ୍‌ରେ ଥିବା ୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି।

fhffhhfvxbvbv

ନୂଆଦିଲ୍ଲୀ: ଗତରାତିରେ ଭାରତୀୟ ଜଳସୀମାରେ ଅନୁପ୍ରବେଶ କରିଥିବା ଏକ ପାକିସ୍ତାନୀ ମାଛଧରା ବୋଟ୍‌କୁ ତଟରକ୍ଷୀ ବାହିନୀ ଜବତ କରିଛନ୍ତି। ବୋଟ୍‌ରେ ଥିବା ୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି। ଏହି ଘଟଣା ଗୁଜରାଟ ଉପକୂଳରେ ଘଟିଛି ଏବଂ ଏହା ସୀମାନ୍ତରେ ପାକିସ୍ତାନୀ ଅନୁପ୍ରବେଶର ଏକ ନୂଆ ଉଦାହରଣ ଭାବେ ସାମନାକୁ ଆସିଥିବା ବେଳେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କୋଷ୍ଟ୍‌ ଗାର୍ଡଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ବୋଟ୍‌ଟି ଗୁଜରାଟର କଚ୍ଛ ଜିଲ୍ଲା ନିକଟରେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିଲା। 

Dadan Sardar's brutal incident: ଦାଦନ ସର୍ଦ୍ଦାରର ବର୍ବରକାଣ୍ଡ: ଟ୍ରେନ୍‌ରୁ ଉଠାଇ ନେଇ କରେଣ୍ଟ ଦେଲେ, ତେଲ ଢାଳି ଦିଆସିଲି ମାରିଦେଲେ

ପାଟ୍ରୋଲିଂ ସମୟରେ ତଟରକ୍ଷୀ ବାହିନୀ ଜାହାଜ ଏହାକୁ ଚିହ୍ନଟ କରି ସତର୍କ କରିଥିଲା। ବୋଟ୍ ଥମିବା ପରେ କୋଷ୍ଟ ଗାର୍ଡ ଟିମ୍ ଏହାକୁ ଜବତ କରି ସମସ୍ତ ୯ ଜଣ ପରିଚାଳକ ସଦସ୍ୟଙ୍କୁ ଗିରଫ୍‌ କରିଛି। ସେମାନେ ସମ‌ସ୍ତେ ପାକିସ୍ତାନୀ ନାଗରିକ ବୋଲି ପ୍ରାରମ୍ଭିକ ତଦନ୍ତରୁ  ଜଣାପଡ଼ିଛି। ବୋଟ୍‌ରେ କିଛି ମାଛ ଓ  ଶିକାର ଉପକରଣ ମିଳିଛି। ବୋଟ୍‌ ଚାଳକ ଦଳ ସଦସ୍ୟମାନେ ମାଛ ଧରିବା ପାଇଁ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଦାବି କରିଛନ୍ତି, କିନ୍ତୁ ଏହାର ବିସ୍ତୃତ ତଦନ୍ତ ଜାରି ରହିଛି।

Naveen: ନବୀନଙ୍କୁ ନେତା କହିବା ମହଙ୍ଗା ପଡ଼ିଲା କି? ଆଗକୁ ଛିଡ଼ିବ ନା ଏକଜୁଟ୍‌ ହେବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe