ପଞ୍ଜାବ : ୨୪ ଘଣ୍ଟାରେ ଧରାହେଲା ୩ ପାକିସ୍ତାନ ଡ୍ରୋନ, ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ସଂଦେହ

Advertisment
ପଞ୍ଜାବ : ୨୪ ଘଣ୍ଟାରେ ଧରାହେଲା ୩ ପାକିସ୍ତାନ ଡ୍ରୋନ, ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ସଂଦେହ

ନୂଆଦିଲ୍ଲୀ: ପଞ୍ଜାବର ତରନ ତାରନ୍ ଜିଲ୍ଲାର ଭାରତ-ପାକିସ୍ତାନ ସୀମା ନିକଟରେ ଥିବା ଏକ ଫାର୍ମରୁ ଚୀନ୍ ନିର୍ମିତ ଡ୍ରୋନ୍ ଉଦ୍ଧାର କରାଯାଇଛି। ବିଏସଏଫର ଜଣେ ମୁଖପାତ୍ର ଶନିବାର ଏହି ସୂଚନା ଦେଇଛନ୍ତି। ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ ପଞ୍ଜାବ ପୋଲିସ ଶୁକ୍ରବାର ସର୍ଚ୍ଚ ଅପରେସନ ସମୟରେ ନୁରୱାଲା ଗ୍ରାମ ନିକଟସ୍ଥ ଏକ କ୍ଷେତରୁ ଡ୍ରୋନଟିକୁ ଠାବ କରିଥିଲେ। ଏହା ଚୀନନିର୍ମିତ 'ଡିଜେଆଇ ମାଭିକ୍-୩ କ୍ଲାସିକ୍' ଡ୍ରୋନ୍ ବୋଲି ମୁଖପାତ୍ର କହିଛନ୍ତି।

ଏନେଇ ବିଏସଏଫ ପଞ୍ଜାବ ଫ୍ରଣ୍ଟିୟର ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦିଆଯାଇଛି । ଏଥିରେ ଲେଖାଅଛି “ବିଏସଏଫଠାରୁ ମିଳିଥିବା ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ବିଏସଏଫ ଏବଂ ପଞ୍ଜାବ ପୋଲିସ ଦ୍ୱାରା କରାଯାଇଥିବା ସର୍ଚ୍ଚ ଅପରେସନରେ ପଞ୍ଜାବର ତରନ ତାରନ ଜିଲ୍ଲାର ମସ୍ତଗଡ଼ ଗାଁରୁ ଏକ ପାକିସ୍ତାନୀ ଡ୍ରୋନ ଜବତ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଏସଏଫ ଦ୍ୱାରା ଡ୍ରୋନ୍ ଜବତ ହେବାର ଏହା ହେଉଛି ତୃତୀୟ ଘଟଣା । ଉଦ୍ଧାର ହୋଇଥିବା ଡ୍ରୋନ୍ ହେଉଛି ଚୀନ୍ ନିର୍ମିତ ଡିଜେଆଇ ମ୍ୟାଟ୍ରିକ୍ସ ୩୦୦ ଆରଟିକେ। ପୁଣି ଥରେ ବିଏସଏଫ ଯବାନଙ୍କ ସମୟୋଚିତ ଏବଂ ସତର୍କ ପ୍ରତିକ୍ରିୟା ଯୋଗୁଁ ଏକ ପାକିସ୍ତାନୀ ଡ୍ରୋନ ଜବତ ହୋଇଥିଲା, ଯାହାକୁ ଚୋରା ଚାଲାଣକାରୀମାନେ ସୀମାପାର ଚୋରା ଚାଲାଣ ପାଇଁ ବ୍ୟବହାର କରିଥାନ୍ତେ । "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe