ପଠାନକୋଟରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ ଗୁଳି ଚଳାଇବାରୁ ପଳାଇଲା

Advertisment
କାଶ୍ମୀରରେ ଦୁଇଦିନରେ ଦୁଇ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ଗିରଫ ଓ ୨ ମୃତ

ପଠାନକୋଟ : ଶନିବାର-ରବିବାର ମଧ୍ୟରାତ୍ରରେ ଏକ ପାକିସ୍ତାନୀ ଡ୍ରୋନ୍ ଭାରତୀୟ ସୀମାନ୍ତ ଅଞ୍ଚଳରେ ପ୍ରବେଶ କରିଥିଲା। ପଠାନକୋଟର ବାମିୟାଲ ଅଞ୍ଚଳର ଦିଣ୍ଡା ପୋଷ୍ଟ ନିକଟରେ ବିଏସ୍‌ଏଫ୍ ଯବାନମାନେ ଏହାକୁ ଦେଖିବା ମାତ୍ରେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଯବାନମାନେ ୪୬ ରାଉଣ୍ଡ ଗୁଳି ଚାଳନା କରି ଡ୍ରୋନ୍‌କୁ ଘଉଡ଼ାଇ ଦେଇଥିଲେ। ଉକ୍ତ ଡ୍ରୋନ୍‌ଟି ଭାରତୀୟ ଅଞ୍ଚଳରେ କାଳେ କିଛି ପକାଇଥିବ ତାହା ଜାଣିବା ପାଇଁ ପୁଲିସ ବର୍ତ୍ତମାନ ସୀମାନ୍ତ ଅଞ୍ଚଳରେ ତଲାସି ଜାରି ରଖିଛି। ଗତମାସରେ ଜମ୍ମୁର ଅରନିଆ ଅଞ୍ଚଳରେ ଅନୁରୂପ ଘଟଣା ଘଟିଥିଲା। ଯବାନଙ୍କ ଗୁଳି ମାଡ଼ରେ ବାଧ୍ୟହୋଇ ତାହା ପାକିସ୍ତାନ ଭିତରକୁ ଖସି ପଳାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe