ଆଫଗାନିସ୍ତାନରେ ଥିବା ଭାରତୀୟ ସମ୍ପତ୍ତିକୁ ଟାର୍ଗେଟ କରିବା ପାଇଁ ପାକ ସଂଗ୍ରାମୀ ଓ ତାଲିବାନକୁ ନିର୍ଦ୍ଦେଶ

Advertisment
ଆଫଗାନିସ୍ତାନରେ ଥିବା ଭାରତୀୟ ସମ୍ପତ୍ତିକୁ ଟାର୍ଗେଟ କରିବା ପାଇଁ ପାକ ସଂଗ୍ରାମୀ ଓ ତାଲିବାନକୁ ନିର୍ଦ୍ଦେଶ

indiatoday.in

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ଅଶାନ୍ତି ଓ ଆକ୍ରମଣ ବୃଦ୍ଧି ସହିତ ସୁରକ୍ଷା ବ୍ୟବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଏବେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ନିଜ ସଂଗ୍ରାମୀ ଏବଂ ତାଲିବାନକୁ ଗତ ୨୦ ବର୍ଷ ମଧ୍ୟରେ ଭାରତ ଦ୍ୱାରା ନିର୍ମିତ କୋଠା ଏବଂ ଭିତ୍ତିଭୂମିକୁ ଟାର୍ଗେଟ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଏନେଇ ବହୁ ସଂଖ୍ୟକ ପାକିସ୍ତାନୀ ସଂଗ୍ରାମୀ ଚାଲୁଥିବା ଲଢେଇରେ ତାଲିବାନକୁ ସମର୍ଥନ କରିବା ପାଇଁ ସେଠାରେ ପହଞ୍ଚିସାରିଥିବା ଜଣାପଡ଼ିଛି। ସେମାନଙ୍କୁ ସେଠାରେ ଥିବା ଭାରତୀୟ ସମ୍ପତ୍ତି ଏବଂ କୋଠାଘରକୁ ନଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂତ୍ରରୁ ଜଣାପଡିଛି |

ତାଲିବାନ ଅଧୀନରେ ଥିବା ଭାରତୀୟ ସମ୍ପତ୍ତିକୁ ନଷ୍ଟ କରିବା ପ୍ରଥମ ଟାର୍ଗେଟ ହେବା ଦରକାର ବୋଲି ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି କହିଥିବା ବେଳେ ଆକଳନ ଅନୁଯାୟୀ, ୧୦,୦୦୦ରୁ ଅଧିକ ପାକିସ୍ତାନୀ ସଂଗ୍ରାମୀ ଆଫଗାନିସ୍ତାନରେ ପ୍ରବେଶ କରିସାରିଛନ୍ତି | ଏହା ସହ ସେଠାରେ ବହୁ ବର୍ଷ ଧରି ରହି ଆମେରିକା ଏବଂ ସହଯୋଗୀ ବାହିନୀ ବିରୋଧରେ ସକ୍ରିୟ ଭାବରେ ଲଢେଇ ଲଢୁଥିବା ଅନେକ ସଂଗ୍ରାମୀ ମଧ୍ୟ ତାଲିବାନକୁ ସମର୍ଥନ କରୁଥିବା ସାମ୍ନାକୁ ଆସିଛି |

publive-image photo-zee news

ଏହାକୁ ଆଖି ଆଗରେ ରଖି ନିର୍ମାଣ କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣରେ ଜଡିତ ଭାରତୀୟ ନାଗରିକମାନଙ୍କୁ ନିରାପଦରେ ସେଠାରୁ ବାହାରି ଯିବାକୁ କୁହାଯାଇଛି | ଏହା ପୂର୍ବରୁ ଦକ୍ଷିଣ ଆଫଗାନିସ୍ତାନର ଅନେକ ଅଞ୍ଚଳ ତାଲିବାନ ଦଖଲ କରିବା ପରେ ଭାରତ ଏହାର ୫୦ ଜଣ କୂଟନୀତିଜ୍ଞ ଏବଂ ସୁରକ୍ଷାକର୍ମୀଙ୍କୁ ସେଠାରୁ ଫେରାଇଆଣିଥିଲେ । କାନ୍ଦାହାର ବାଣିଜ୍ୟ ଦୂତାବାସରେ ରହୁଥିବା ଭାରତୀୟ କୂଟନୀତିଜ୍ଞ ଓ ଅଧିକାରୀମାନଙ୍କୁ ବୈଦେଶିକ ମନ୍ତ୍ରଣାଳୟର ସହାୟତାରେ ଭାରତୀୟ ବାୟୁସେନା ଦ୍ୱାରା ସେଠାରୁ ଭାରତକୁ ଅଣାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe