ଜମ୍ମୁ ଓ କଶ୍ମୀରର ସାମ୍ବାରେ ସୀମା ସୁରକ୍ଷା ବଳ ଗୁଳି ଚୋଟରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

ପାକିସ୍ତାନରେ ସେନା ବିରୋଧୀ ଜନମତ, ଧ୍ୟାନ ହଟାଇବାକୁ ଭାରତୀୟ ସୀମାରେ ଆରମ୍ଭ କଲା ଗୁଳିଚାଳନା

Image Courtesy of India Today

ନୂଆଦିଲ୍ଲୀ: ବୁଧବାର ରାତିରେ ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଅଞ୍ଚଳରେ ସୀମା ସୁରକ୍ଷା ନିରାପତ୍ତା ବଳଙ୍କ ଗୁଳି ଚୋଟରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାତି ପ୍ରାୟ ୨.୩୦ରେ ସାମ୍ବା ସେକ୍ଟର୍‌ ଅନ୍ତର୍ଗତ ମଙ୍ଗୁ ଛକ ବର୍ଡର୍‌ ଆଉଟ୍‌ ପୋଷ୍ଟ୍‌ ନିକଟରେ ଘଟଣାଟି ଘଟିଛି। ସେଠାରେ ଜଣେ ବ୍ୟକ୍ତି ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବା ଦୃଶ୍ୟ ‘ବିଏସ୍‌ଏଫ୍‌’ ଯବାନମାନଙ୍କ ଦୃଷ୍ଟିକୁ ଆସିଥିଲା।

ଅନୁପ୍ରବେଶକାରୀଜଣକ ଯବାନମାନଙ୍କୁ ଖାତିର ନ କରି ସୀମାନ୍ତ ବାଡ଼ ଆଡ଼କୁ ଅଗ୍ରସର ହୋଇଥିଲେ। ଫଳତଃ, ‘ବିଏସ୍‌ଏଫ୍‌’ ଯବାନମାନେ ‘ଫର୍‌ୱାର୍ଡ ଏରିଆ’ ଆଡ଼କୁ କିଛି ରାଉଣ୍ଡ୍‌ ଗୁଳି ଚଳାଇବା ପରେ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ଘଟିଥିଲା।

publive-image Image Courtesy of Telegraph India

ସୀମା ସୁରକ୍ଷା ନିରାପତ୍ତା ବଳ ବ‌ା ‘ବିଏସ୍‌ଏଫ୍‌’ର ଜଣେ ମୁଖପାତ୍ର କହିଛନ୍ତି, ଜାଗ୍ରତ ଥିବା ‘ବିଏସ୍‌ଏଫ୍‌’ ଯବାନମାନେ ସାମ୍ବା ଅଞ୍ଚଳରେ ଆଜି ପ୍ରତ୍ୟୁଷରେ ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ଚଳାଚଳ ଦେଖିଥିଲେ। ସେ ବ୍ୟକ୍ତିଜଣକ ପାକିସ୍ତାନ ପଟୁ ଆନ୍ତର୍ଜାତିକ ସୀମା ଟପି ଏପଟକୁ ଆସୁଥିଲେ।

ଯବାନମାନେ ତାଙ୍କୁ ସାବଧାନ କଲେ ବି ସେ ସୀମାନ୍ତ ବାଡ଼ ନିକଟକୁ ଅଗ୍ରସର ହୋଇଥିଲେ। ଏଥର ଯବାନମାନେ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ଘଟିଲା ବୋଲି ସେ କହିଛନ୍ତି।

ସମ୍ପ୍ରତି ସ‌େ ଅଞ୍ଚଳରେ ‘ବିଏସ୍‌ଏଫ୍‌’ ତଲାସ ଅଭିଯାନ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe