Image Courtesy of WION
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ‘ଆଣ୍ଟି-ଟେରରିଜମ୍ ସ୍କ୍ବାଡ୍’ (ୟୁପି ଏଟିଏସ୍) ମିରଟ୍ରୁ ଜଣେ ପାକିସ୍ତାନୀ ଇଣ୍ଟର୍ ସର୍ଭିସେସ୍ ଇଣ୍ଟେଲିଜେନ୍ସ୍ (ଆଇଏସ୍ଆଇ) ଏଜେଣ୍ଟ୍ଙ୍କୁ ଗିରଫ କରିଥିବା କଥା ପୁଲିସ କହିଛି।
ସେ ମସ୍କୋସ୍ଥିତ ଭାରତୀୟ ଦୂତାବାସରେ ନିଯୁକ୍ତ ହୋଇଥିଲେ।
ଗିରଫ ହୋଇଥିବା ‘ଆଇଏସ୍ଆଇ’ ଏଜେଣ୍ଟ୍ ହେଉଛନ୍ତି ୨୦୨୧ରୁ ମସ୍କୋରେ ନିଯୁକ୍ତ ହୋଇଥିବା ହାପୁରନିବାସୀ ସତ୍ୟେନ୍ଦ୍ର ସିୱାଲ୍। ସେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ‘ମଲ୍ଟି-ଟାସ୍କିଙ୍ଗ୍ ଷ୍ଟାଫ୍) ଭାବେ କାର୍ଯ୍ୟ କରୁଥିଲେ।
ଜାରି କରାଯାଇଥିବା ସରକାରୀ ବିବୃତିରେ କୁହାଯାଇଛି, ମସ୍କୋସ୍ଥିତ ଭାରତୀୟ ଦୂତାବାସରେ ଜଣେ ଗୁପ୍ତଚର କାର୍ଯ୍ୟ କରୁଥିବା କଥା ‘ଆଣ୍ଟି-ଟେରରିଜମ୍ ସ୍କ୍ବାଡ୍’ ତା’ ନିଜସୂତ୍ରରୁ ସୂଚନା ପାଇଥିଲା। ଉକ୍ତ ସୂଚନା ଆଧାରରେ କାର୍ଯ୍ୟ କରି, ‘ଆଣ୍ଟି-ଟେରରିଜମ୍ ସ୍କ୍ବାଡ୍’ ସିୱାଲ୍ଙ୍କୁ ଜେରା କରିଥିଲା। ପ୍ରଥମେ କିନ୍ତୁ, ସିୱାଲ୍ ଅସନ୍ତୋଜନକ ଉତ୍ତର ଦେଇଥିଲେ। ଗୁପ୍ତଚରଗିରି କରୁଥିବା କଥା ପରେ ସେ ସ୍ବୀକାର କରିବାରୁ ମିରଟରେ ତାଙ୍କୁ ଗିରଫ କରାଗଲା।
Image Courtesy of BusinessTodayଜେରା ବେଳେ ସିୱାଲ୍ କହିଲେ ଯେ, ଭାରତୀୟ ସେନା ଓ ତା’ର ଦୈନନ୍ଦିନ କାର୍ଯ୍ୟକଳାପ ସମ୍ବନ୍ଧରେ ସୂଚନ ସଂଗ୍ରହ କରିବା ଲାଗି ସେ ଭାରତୀୟ ସରକାରୀ କର୍ମଚାରୀଙ୍କୁ ଅର୍ଥଦ୍ବାରା ପ୍ରଲୋଭିତ କରୁଥିଲା। ‘ଆଇଏସ୍ଆଇ’ କର୍ମକର୍ତ୍ତାଙ୍କୁ ଭାରତୀୟ ଦୂତାବାସ, ପ୍ରତିରକ୍ଷା ମନ୍ତ୍ରାଳୟ ଓ ବୈଦେଶିକ ବ୍ୟାପାର ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିବା କଥାରେ ତାଙ୍କୁ ଅଭିଯୁକ୍ତ କରାଯାଇଛି।
Follow Us