ପାକିସ୍ତାନ ଉପରେ ଭାରତର ଆକ୍ସନ ଜାରି, ବ୍ଲକ୍ ହେଲା ଅର୍ଶଦଙ୍କ ଆକାଉଣ୍ଟ

arshadnadeem

ନୂଆଦିଲ୍ଲୀ: ଏପ୍ରିଲ ୨୨ (ମଙ୍ଗଳବାର)ରେ ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୨୮ ଜଣ ନିରୀହ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପରେ, ସମଗ୍ର ଦେଶରେ ଶୋକ ଏବଂ କ୍ରୋଧର ବାତାବରଣ ରହିଛି। ଆତଙ୍କବାଦୀ ଏବଂ ସେମାନଙ୍କ ମୁଖ୍ୟମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି। ଭାରତ ସରକାର ମଧ୍ୟ ଆକ୍ସନ ମୋଡରେ ରହି ପାକ୍ ବିରୋଧରେ ବଡ଼ ବଡ଼ ନିଷ୍ପତ୍ତି ନେଉଛନ୍ତି।

ଏବେ ପାକିସ୍ତାନର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ଅର୍ଶଦ ନଦୀମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ 'ଆଇନଗତ ଅନୁରୋଧ' ପରେ ଭାରତରେ ବ୍ଲକ୍ କରାଯାଇଛି। ଭାରତ ବହୁ ସଂଖ୍ୟକ ଫଲୋଅର୍ସ ଥିବା ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ବ୍ଲକ୍ କରୁଥିବା ଦେଖାଯାଇଛି। ପୂର୍ବରୁ ଅନେକଙ୍କ ଏକ୍ସ ଆକାଉଣ୍ଟ ବ୍ଲକ୍ କରାଯାଇଥିବା ବେଳେ ଏବେ ଅର୍ଶଦଙ୍କ ଇନଷ୍ଟା ଆକାଉଣ୍ଟ ବ୍ଲକ୍ କରାଯାଇଛି।

ଏହି ସପ୍ତାହର ଆରମ୍ଭରେ ସାମରିକ ଏବଂ ସୁରକ୍ଷା ଏଜେନ୍ସି ବିରୋଧରେ ଉତ୍ତେଜନାପୂର୍ଣ୍ଣ, ମିଥ୍ୟା, ଭ୍ରାମକ କାହାଣୀ ଏବଂ ଭୁଲ ସୂଚନା ପ୍ରସାରଣ ପାଇଁ ଭାରତରେ ଅନେକ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କରାଯାଇଥିଲା। ଭାରତରେ ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତର, ବାସିତ ଅଲି ଏବଂ ଶାହିଦ ଅଫ୍ରିଦିଙ୍କ ୟୁଟ୍ୟୁବ୍ ଆକାଉଣ୍ଟଗୁଡ଼ିକୁ ବ୍ଲକ୍ କରାଯାଇଛି। ହେଲେ ସେମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ଏବେ ବି ସକ୍ରିୟ ଅଛି। ଭାରତରେ ପାକିସ୍ତାନୀ କଳାକାର ଅଲି ଜାଫର ଏବଂ ମାହିରା ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକୁ ମଧ୍ୟ ବ୍ଲକ୍ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe