ସ୍ବାମୀଙ୍କ ଗୁଳିରେ ପାକିସ୍ତାନୀ ସାମ୍ବାଦିକାଙ୍କ ମୃତ୍ୟୁ

Advertisment
ପତ୍ନୀଙ୍କୁ ହତ୍ୟାକରି ବିଜେପି ନେତାଙ୍କ ଆତ୍ମହତ୍ୟା

The Sentinel

ଇସ୍‌ଲାମାବାଦ : ପାକିସ୍ତାନର ବେଲୁଚିସ୍ତାନରେ ଜଣେ ମହିଳା ସାମ୍ବାଦିକା ତଥା ସମାଜସେବୀଙ୍କୁ ତାଙ୍କ ସ୍ବାମୀ ଗୁଳି କରି ହତ୍ୟା କରିଛନ୍ତି। ମେହରାବ ଗିଚକୀ ନାମକ ଜନୈକ ବ୍ୟକ୍ତି ନିଜ ପତ୍ନୀ ଶାହିନା ଶାହିନ୍‌ଙ୍କୁ ଗୁଳି କରିବା ପରେ କାର୍‌ରେ ନେଇ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ସେଠାରେ ପତ୍ନୀଙ୍କୁ ଛାଡ଼ି ଫେରାର ‌େହାଇ ଯାଇଥିଲେ। ଡାକ୍ତର ପରୀକ୍ଷା କରିବା ପରେ ଶାହିନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ତୁର୍ବତର ପିଟିସିଏଲ୍‌ କଲୋନୀସ୍ଥିତ ମେହରବଙ୍କ ଘରେ ପହଞ୍ଚି ଗୁଳିକାଣ୍ଡ ହୋଇଥିବା ଦେଖିଥିଲେ। ଘର ଭିତରେ ପିସ୍ତଲ, ଗୁଳି ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା। ତେବେ ଘରୋଇ ହିଂସାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ମେହରାବଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରିବା ସହ ତଦନ୍ତ ଆରମ୍ଭ କରିଛି। ଶାହିନା ବେଲୁଚି ଭାଷାରେ ପ୍ରକାଶ ପାଉଥିବା ପତ୍ରିକା ‘ଦାଜଗୋହର’ର ସମ୍ପାଦିକା ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe