ଇସଲାମାବାଦରେ କୃଷ୍ଣ ମନ୍ଦିର ନିର୍ମାଣକୁ ନେଇ ମୌଲାନାଙ୍କ ଧମକ : ମନ୍ଦିର ତିଆରି ହେଲେ ଗଡ଼ିବ ମୁଣ୍ଡ, କୁକୁର ଖାଇବେ କଟାମୁଣ୍ଡ

ଇସଲାମାବାଦରେ କୃଷ୍ଣ ମନ୍ଦିର ନିର୍ମାଣକୁ ନେଇ ମୌଲାନାଙ୍କ ଧମକ : ମନ୍ଦିର ତିଆରି ହେଲେ ଗଡ଼ିବ ମୁଣ୍ଡ, କୁକୁର ଖାଇବେ କଟାମୁଣ୍ଡ

ଇସଲାମାବାଦ: ପାକିସ୍ତାନ ଇସଲାମାବାଦରେ ପ୍ରଥମଥର ପାଇଁ ହିନ୍ଦୁ ମନ୍ଦିର ତିଆରିକୁ ନେଇ ଏବେ ଖୋଲାଖୋଲି ଧମକ ଦେବା ଆରମ୍ଭ କରିଦେଇଛନ୍ତି ମୌଳବାଦୀ । ପାକିସ୍ତାନ ଧାର୍ମିକ ସଭାରେ କିଛି ମୌଲାନା କୃଷ୍ଣ ମନ୍ଦିର ନିର୍ମାଣକୁ ନେଇ ଲୋକଙ୍କ ମଧ୍ୟରେ ହିଂସାଭାବ ଜାଗ୍ରତ କରୁଥିବା ଦେଖାଯାଉଛି । ପାକିସ୍ତାନ ଲେଖକ ତଥା ଆଲୋଚକ ତାରିକ୍ ଫତେହ ଏଭଳି ଜଣେ ମୌଲାନାଙ୍କ ଭିଡିଓ ଟ୍ୱିଟ୍ କରିଛନ୍ତି । ଭିଡ଼ିଓରେ ପାକିସ୍ତାନରେ  ମନ୍ଦିର ନିର୍ମାଣ ହେଲେ ମୁଣ୍ଡକାଟିଦେବାର ଧମକ ଦେଉଛନ୍ତି ମୌଲାନା ।

ସୂଚନାଯୋଗ୍ୟ ଯେ, ମୌଳବାଦୀଙ୍କ ବିରୋଧ ଆଗରେ ପାକ୍ ସରକାର କୃଷ୍ଣ ମନ୍ଦିର ନିର୍ମାଣ କରିବାର ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି । ଲେଖକ ଜଣକ ଯେଉଁ ଭିଡ଼ିଓ ପୋଷ୍ଟ୍ କରିଛନ୍ତି , ସେଥିରେ ଧାର୍ମିକ ସଭାରେ ଜଣେ ମୌଲାନା ଧମକ ଦେଇ କହୁଛନ୍ତି, “ ଇସଲାମାବାଦରେ ହିନ୍ଦୁ ମନ୍ଦିରକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡକାଟି ଦିଆଯିବ । କଟାମୁଣ୍ଡକୁ ମନ୍ଦିରରେ ରଖାଯିବ ଏବଂ କୁକୁରଙ୍କୁ ଖାଇବାକୁ ଦିଆଯିବ । ଚାନ୍ଦା ଏକାଠି କରି ପାକିସ୍ତାନରେ ମସଜିଦ୍ ତିଆରି ହେଉଥିବା ବେଳେ କୃଷ୍ଣ ମନ୍ଦିର ସରକାରଙ୍କ ତହବିଲରୁ ପ୍ରସ୍ତୁତ ହେବ ଏହାକୁ ଇସଲାମ୍ ଗ୍ରହଣ କରିବ ନାହିଁ ।’

ତେବେ କୃଷ୍ଣ ମନ୍ଦିର ନିର୍ମାଣ ଉପରେ ରୋକ ଲାଗିବା ପରେ ବି ମୌଳବାଦୀମାନେ ମନ୍ଦିରର ଜମି ଉପରେ ଆଜାନ୍ କରିଛନ୍ତି । ମୌଲାନାଙ୍କ ଆଦେଶରେ କିଛି ଲୋକ ମନ୍ଦିରର ଇଟା , କାନ୍ଥକୁ ମଧ୍ୟ ଭାଙ୍ଗିଦେଇଛନ୍ତି । ଆପଣଙ୍କୁ କହିରଖୁଛୁ , ପାକିସ୍ତାନରେ କୃଷ୍ଣ ମନ୍ଦିରର ନିର୍ମାଣ କ୍ୟାପିଟାଲ୍ ଡ଼େଭଲପମେଣ୍ଟ୍ ଅଥରିଟି କରୁଥିଲା । କିନ୍ତୁ ୨ ଦିନ ପୂର୍ବରୁ ହିଁ ମନ୍ଦିର ନିର୍ମାଣ କାମରେ ରୋକ ଲଗାଯାଇଥିଲା । ବର୍ତ୍ତମାନ ସରକାର ଇସଲାମିକ୍ ଆଇଡିଓଲୋଜି କାଉନ୍ସିଲ୍ ସହ କଥାବାର୍ତ୍ତା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଇସଲାମାବାଦରେ ଅଳ୍ପସଂଖ୍ୟକ ହିନ୍ଦୁ କୃଷ୍ଣଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ବର୍ଷ ବର୍ଷ ଧରି ସରକାରଙ୍କୁ ନେହୁରା ହେଉଥିଲେ । ଏହି ମନ୍ଦିର ଇସଲାମାବାଦର ଏଚ-୯ ଅଞ୍ଚଳରେ ୨୦ ହଜାର ବର୍ଗଫୁଟ ଅଞ୍ଚଳରେ ପ୍ରସ୍ତୁତ ହେବ ବୋଲି ଆଲୋଚନା ହୋଇଥିଲା । ମନ୍ଦିର ନିର୍ମାଣ ବିରୋଧରେ ହାଇକୋର୍ଟରେ ଜଣେ ଓକିଲ ମାମଲା ମଧ୍ୟ କରିଥିଲେ, ଯେଉଁଥିରେ କୋର୍ଟଙ୍କ ରାୟ ଅଳ୍ପସଂଖ୍ୟକଙ୍କ ହିନ୍ଦୁଙ୍କ ସପକ୍ଷରେ ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe