କର୍‌ତାର୍‌ପୁର ସାହିବ ଗୁରଦ୍ବାରରେ ଉଠାଇଥିବା ବିବାଦୀୟ ଫଟୋ ପାଇଁ ଦୁଃଖ ପ୍ରକାଶ କଲେ ପାକିସ୍ତାନୀ ମଡେଲ୍‌

Advertisment
କର୍‌ତାର୍‌ପୁର ସାହିବ ଗୁରଦ୍ବାରରେ ଉଠାଇଥିବା ବିବାଦୀୟ ଫଟୋ ପାଇଁ ଦୁଃଖ ପ୍ରକାଶ କଲେ ପାକିସ୍ତାନୀ ମଡେଲ୍‌

Image Courtesy of The Indian Express

ନୂଆଦିଲ୍ଲୀ: କର୍‌ତାର୍‌ପୁରସ୍ଥିତ ଗୁରଦ୍ବାର ଦରବାର ସାହିବ ପ୍ରାଙ୍ଗଣରେ ‘ଖୋଲା ମୁଣ୍ଡ’ରେ ଫଟୋ ଉଠାଇ ତୀବ୍ର ସମାଲୋଚନାର ସରବ୍ୟ ହେବାର ଦିନକ ପରେ ପାକିସ୍ତାନୀ ମଡେଲ୍‌ ସୌଲେହା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ କ୍ଷମାପ୍ରାର୍ଥନା କରିଛନ୍ତି।

ସେ ଲେଖିଛନ୍ତି: ଏବେ ମୁଁ ‘ଇନ୍‌ଷ୍ଟାଗ୍ରାମ୍‌’ରେ ପୋଷ୍ଟ୍‌କରିଥିବା ଫଟୋଟି କୌଣସି ଫଟୋସୁଟ୍‌ କିଂବା ସେଭଳି କିଛି ଘଟଣାର ଅଂଶବିଶେଷ ନୁହେଁ। ଇତିହାସ ଏବଂ ଶିଖ୍‌ ସମ୍ପ୍ରଦାୟ ବିଷୟରେ ଜାଣିବାକୁ ମୁଁ ଏମିତି ଟିକେ କର୍‌ତାର୍‌ପୁର ଯାଇଥିଲି। କାହାରି ଭାବାବେଗକୁ ଆଘାତ ଦେବା କିଂବା ସେଭଳି କିଛି କଥା ପାଇଁ ଫଟୋ ଉଠାଯାଇ ନ ଥିଲା। ସେ ଯାହାହେଉ, ଯଦି ମୁଁ କାହାକୁ ଆଘାତ ଦେଇଛି କିଂବା ସେମାନଙ୍କର ଧାରଣା ହେଉଛି ଯେ, ମୁଁ ସେମାନଙ୍କ ସଂସ୍କୃତି ପ୍ରତି ସମ୍ମାନ ପ୍ରଦର୍ଶନ କରୁନାହିଁ, ସେଥିପାଇଁ ମୁଁ ଦୁଃଖିତ। ଅନେକ ଲୋକ ସେଠାରେ ଫଟୋ ଉଠାଉଥିବା ମୁଁ ଦେଖିଲି  ଆଉ ମୁଁ ମଧ୍ୟ ସେଠାରେ ଅନେକ ଶିଖ୍‌ଙ୍କର ଫଟୋ ଉଠାଇଛି। ଆଗରୁ ଜାଣିଥିଲେ ଫଟୋ ଉଠାଇ ନ ଥାନ୍ତି।

publive-image Image Courtesy of Zee News

ମୁଁ ଶିଖ୍‌ ସଂସ୍କୃତି ଓ ଧର୍ମକୁ ଖୁବ୍‌ ଶ୍ରଦ୍ଧା କରେ। ସମସ୍ତ ଶିଖ୍‌ ସମ୍ପ୍ରଦାୟଙ୍କ ନିକଟରେ ମୁଁ ଦୁଃଖିତ। ଏ ଫଟୋ ସବୁ ଖାଲି ମୋର ସେଠାକୁ ଯିବାର ସ୍ମୃତି। ଅଧିକ କିଛି ନୁହେଁ। ଭବିଷ୍ୟତରେ ମୁଁ ସଦାସର୍ବଦା ଏ ସବୁ ବିଷୟରେ ଅଧିକ ଯତ୍ନଶୀଳା ହେବି ଓ ଏଭଳି କର୍ମରୁ ନିବୃତ୍ତ ରହିବି। ଏହା ଉଦ୍ଦେଶ୍ୟ ପ୍ରଣୋଦିତ ନ ଥିଲା ବୋଲି ଜଣାଇବାକୁ ଦୟାପୂର୍ବକ ଏହି ବର୍ତ୍ତାଟିକୁ ସେୟାର୍‌ କରନ୍ତୁ।

ଉଲ୍ଲେଖଯୋଗ୍ୟ, ଫୁଙ୍ଗୁଳା ମୁଣ୍ଡରେ ଗୁରଦ୍ବାର ପରିସରରେ ପାକିସ୍ତାନୀ ମଡେଲ୍‌ ଉଠାଇଥିବା ଉକ୍ତ ଫଟୋ ଗତକାଲି ଭାଇରାଲ୍‌ ହୋଇଥିଲା। ‘ମନ୍ନତ୍‌ କୋଦିଙ୍ଗ୍‌’ ନାମକ ଏକ କପଡ଼ା କମ୍ପାନି ଉକ୍ତ ଫଟୋ ସବୁ ପୋଷ୍ଟ୍‌କରିଥିଲା। ସେ କମ୍ପାନି ପାଇଁ ହିଁ ମଡେଲ୍‌ ସେ ଫଟୋ ସବୁ ଉଠାଇଥିଲେ ବୋଲି କୁହାଯାଉଛି।

ଏଭଳି କାର୍ଯ୍ୟ ଅଗ୍ରହଣୀୟ ବୋଲି ‘ଶିରୋମଣି ଅକାଳୀ ଦଳ’ର ମୁଖପାତ୍ର ତଥା ‘ଦିଲ୍ଲୀ ଶିଖ୍ ଗୁରଦ୍ବାର ପରିଚାଳନା କମିଟି’ର ଅଧ୍ୟକ୍ଷ ମନ୍‌ଜୀନ୍ଦର୍‌ ସିଂହ ସିର୍‌ସା ଟୁଇଟ୍‌କରି ଲେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe